JDU MLC ତନବୀର ଅଖତରଙ୍କ କରୋନାରେ ଦେହାନ୍ତ : ଶୋକ ବ୍ୟକ୍ତ କଲେ ସିଏମ୍ ନିତୀଶ

Published By : Prameya-News7 Bureau | May 08, 2021 IST

ବିହାର ୮/୫ : ପରପାରିରେ ଆଉ ଜଣେ ରାଜନେତା । ଜଣଙ୍କ ପରେ ଜଣେ ରାଜନେତାଙ୍କ ଜୀବନ ନେଲାଣି କିଲର ଭାଇରସ । ଜେଡିୟୁ ନେତା ତଥା ବିଧାନ ପରିଷଦ ତନବୀର ଅଖତରଙ୍କ କରୋନାଙ୍କ ଦେହାନ୍ତ ହୋଇଛି । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଟନାରେ IGIMS ରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ତନବୀର ଅଖତର ଜେଡିୟୁ ସଂଖ୍ୟାଲଘୁ ସେଲର ଦାୟିତ୍ୱରେ ଥିଲେ । ୨୦୧୬ ରେ ବିଧାନସଭା କୋଟାରୁ ତନବୀର ଅଖତର MLC ହୋଇଥିଲେ । ତେବେ ତାଙ୍କର କାର୍ଯ୍ୟକାଳ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଥିଲା । ତନବୀର ଅଖତରଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମବେଦନା ଜଣାଇଛନ୍ତି । ତନବୀର ଜଣେ ଦକ୍ଷ ରାଜନେତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଜଣେ ସମାଜସେବୀ ଥିଲେ ଏବଂ ବହୁତ ଲୋକପ୍ରିୟ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.