ଭାରତ-ପାକ୍ ସୀମାରେ ଦେଶର ସୁରକ୍ଷା କରନ୍ତି ବିଏସଏଫର ଏହି ପ୍ରଥମ ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତନୁଶ୍ରୀ

Published By : Prameya-News7 Bureau | March 09, 2019 IST

wp:heading {"level":5}
ନୂଆ ଦିଲ୍ଲୀ ୯|୩: ତନୁଶ୍ରୀ ପାରିକ ଭାରତର ପ୍ରଥମ ମହିଳା ଯିଏ ରାଜସ୍ତାନରେ ଭାରତ-ପାକ ସୀମାରେ ଦେଶର ସୁରକ୍ଷା କରନ୍ତି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପୋଷ୍ଟରେ ତାଙ୍କୁ ନିଯୁକ୍ତି କରାଯାଇଛି।
/wp:heading {"id":92044,"width":594,"height":336}
wp:heading {"level":5}
୨୦୧୪ ମସିହାରେ ତନୁଶ୍ରୀଙ୍କ ଟ୍ରେନିଂ ଆରମ୍ଭ ହୋଇଥିଲା। ସୁରକ୍ଷାବଳ ଅକାଦମିରେ ଆୟୋଜିତ ହୋଇଥିବା ପାସିଙ୍ଗ ଆଉଟ ପରେଡରେ ଦେଶର ପ୍ରଥମ ମହିଳା ଅଧିକାରି ଭାବେ ଭାଗ ନେଇଥିଲେ। ଦୀକ୍ଷାନ୍ତ ସମାରୋହରେ ସେ ୬୭ଜଣିଆ ଟ୍ରୁପର ନେତୃତ୍ବ ନେଇ ପ୍ରଶଂସିତ ଓ ସମ୍ମାନିତ ମଧ୍ୟ ହୋଇଥିଲେ । ୫୨ ସପ୍ତାହର ଟ୍ରେନିଂ ପରେ ତନୁଶ୍ରୀଙ୍କୁ ଭାରତ-ପାକ ସୀମାରେ ନିଯୁକ୍ତ କରାଯାଇଥିଲା।
/wp:heading {"id":92045,"width":594,"height":446}
wp:heading {"level":5}
ରିପୋର୍ଟ ଅନୁସାରେ ତନୁଶ୍ରୀ ଏହି ଚାକିରୀ ଟଙ୍କା ପାଇଁ ନୁହଁ ନିଜ ଆଗ୍ରହ ପାଇଁ କରିଛନ୍ତି। ପିଲା ବେଳୁ ତନୁଶ୍ରୀ ପାରିକଙ୍କର ସେନା ବାହିନୀରେ ରହି ଦେଶସେବା କରିବାର ଇଚ୍ଛା ଥିଲା। ସ୍କୁଲରେ ମଧ୍ୟ ତନୁଶ୍ରୀ ଏନସିସିର ଭାଗ ନେଉଥିଲେ।  ତନୁଶ୍ରୀ କହିଛନ୍ତି ସେ ସେନାବାହିନୀରେ ଭର୍ତ୍ତିହେବା ସେତେବେଳେ ସଫଳ ହେବ ଯେତେବେଳେ ଦେଶର ଅନ୍ୟ ଝିଅମାନେ ମଧ୍ୟ ସେନାବାହିନୀରେ ସାମିଲ ହେବେ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.