Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଶୁଟିଂ ସମୟରେ ଯୌନ ଶୋଷଣର ଶିକାର ହୋଇଥିବା ଅଭିନେତ୍ରୀ କହିଲେ ସମାଜ ଉପରୁ ମୋର ଉଠିଗଲା ଭରସା… ଜାଣନ୍ତୁ କ’ଣ ହୋଇଥିଲା ତାଙ୍କ ସହ

25/09/2018 at 5:05 PM

ମୁମ୍ବାଇ ୨୫|୯: ୨୦୧୭ ମସିହାରେ ବିଶେଷ ଭାବେ ମହିଳାମାନଙ୍କ ପାଇଁ ହଲିଉଡ୍ ଇଣ୍ଡଷ୍ଟ୍ରିରେ କେତେକ ମହତ୍ବପୂର୍ଣ୍ଣ କାର୍ଯ୍ୟ ହୋଇଛି । ହଲିଉଡର ସବୁଠୁ ବଡ ପ୍ରଯୋଜକ ହାରଭେ ଓ୍ବେନଷ୍ଟିନ୍ଙ୍କ ବିରୋଧରେ କେତେକ ମହିଳାଙ୍କ ସହ ଯୌନ ଶୋଷଣ, ବଳାତ୍କାର ଏବଂ ଦୁର୍ବ୍ୟବହରାର ଅଭିଯୋଗ ଲଗାଯାଇଥିଲା । ଅନ୍ୟ କେତେକ ହଲିଉଡ୍ ଷ୍ଟାରଙ୍କ ଉପରେ ମଧ୍ୟ ଏଭଳି ଅଭିଯୋଗ ଲଗାଯାଇଥିଲା । ଏଭଳି ଧାରା କ୍ରମଶଃ ‘# Me Too’ ନାମକ ଏକ ଆନ୍ଦୋଳନର ରୂପ ନେଇଥିଲା । ମାତ୍ର ଏହାର ପ୍ରଭାବ ଭାରତରେ ବେଶୀ କିଛି ପଡିନଥିଲା । କେତେକ ଅଭିନେତ୍ରୀ ଏହି ଆନ୍ଦୋଳନ ପାଇଁ ଆଗକୁ ଆସିଥିଲେ ମଧ୍ୟ ଫଳ କିଛି ହୋଇନଥିଲା ।

ବଲିଉଡ୍ ଅଭିନେତ୍ରୀ ମଧ୍ୟ ଏଭଳି ଯୌନ ଶୋଷଣକ ଶିକାର ହୋଇଥିବା କଥା ସ୍ବୀକାର କରିଛନ୍ତି । ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ନିଜର ବୋଲ୍ଡ ଇମେଜ୍ ପାଇଁ ବେଶ୍ ଜଣାଶୁଣା । ସେ ୨୦୦୫ ମସିହାରେ ପିଲ୍ମ ‘ଆଶିକ ବନାୟା ଆପନେ’ରୁ ବଲିଉଡ୍ ରେ ଏଣ୍ଟ୍ରି କରିଥିଲେ । ଏହି ଫିଲ୍ମ ବ୍ୟତୀତ ସେ କେତେକ ଫିଲ୍ମରେ ଅନ୍ତରଙ୍ଗ ସିନ୍ ମଧ୍ୟ ଦେଇଥିଲେ । ସେଥିପାଇଁ ତାଙ୍କୁ ଜଣେ ବୋଲ୍ଡ ଅଭିନେତ୍ରୀ ଭାବେ ଗଣାଯାଉଥିଲା ।

ଅଚାନକ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ମାରିଥିବା ତନୁଶ୍ରୀ ଦତ୍ତ ଏବେ ଫିଲ୍ମ ଦୁନିଆରୁ ବହୁତ ଦୂରରେ ଅଛନ୍ତି । ସେ ଏକପ୍ରକାର ଗ୍ଲାମର ଦୁନିଆକୁ ଅଲବିଦା କହିଦେଇଛନ୍ତି । ସଦ୍ୟତମ ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ, ଆମ ଦେଶ କପଟୀ ହୋଇଯାଇଛି । ଲୋକମାନେ ଏଠାରେ ବାରମ୍ବାର ପଚାରୁଛନ୍ତି ଯେ, ଭାରତରେ ‘# Me Too’ ଭଳି ଆନ୍ଦୋଳନ କ’ଣ ପାଇଁ ସଫଳ ହେଉନାହିଁ । ଏହି ଆନ୍ଦୋଳନ ସେ ପର୍ଯ୍ୟନ୍ତ ହେବନାହିଁ ଯେପର୍ଯ୍ୟନ୍ତ ଆପଣମାନେ ୨୦୦୮ମସିହାରେ ଏକ ଫିଲ୍ମର ଶୁଟିଂ ସମୟରେ ମୋ ସହିତ ଯାହା କିଛି ବି ହୋଇଥିଲା ତାକୁ ସ୍ବୀକାର କରିନାହାଁନ୍ତି ।

ତନୁଶ୍ରୀଙ୍କ କହିବା ଅନୁସାରେ ଫିଲ୍ମ ‘ହର୍ନ ଓକେ ପ୍ଲିଜ’ର ଶୁଟିଂ ସେଟ୍ ରେ ଜଣେ ଅଭିନେତାଙ୍କ ବିରୋଧରେ ସେ ଅଭଦ୍ରାମିର ଅଭିଯୋଗ କରିଥିଲେ । ଏହି ଅଭିନେତା ତାଙ୍କୁ ଖରାପ ଉଦ୍ଦେଶ୍ୟ ରଖି ବାରଂବାର ଛୁଇଁଥିଲେ । ଏହି ଅଭିନେତା ଜଣଙ୍କ ତାଙ୍କୁ ଏଭଳି କାର୍ଯ୍ୟ କରିଥିଲେ ଯେ ସେ ବାଧ୍ୟ ହୋଇ ଫିଲ୍ମର ଆଇଟମ୍ ସଙ୍ଗ୍ ରୁ ନିଜକୁ ଦୂରେଇ ରଖିଥିଲେ । ଏପରିକି ସେହି ଅଭିନେତା ଜଣଙ୍କ ତାଙ୍କୁ ଧମକାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ତନୁଶ୍ରୀ ଯେତେବେଳେ ତାଙ୍କର ବିରୋଧ କରିବାକୁ ଲାଗିଲେ ଏହି ଅଭିନେତା ଜଣଙ୍କ କିଛି ରାଜନୈତିକ ଦଳର ଲୋକମାନଙ୍କୁ ମଧ୍ୟ ଡକାଇ ତାଙ୍କୁ ଧମକାଇବାକୁ ଲାଗିଲେ । ଏହି ବିବାଦ ପରେ ତନୁଶ୍ରୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରୁ ଗାୟବ ହୋଇଗଲେ । ଶେଷଥର ପାଇଁ ତାଙ୍କୁ ୨୦୧୦ ମସିହାରେ ‘ଆପାର୍ଟମେଣ୍ଟ’ ପିଲ୍ମରେ ଦେଖିବାକୁ ମିଳିଥିଲା । ସେତେବେଳର ପରିସ୍ଥିତି ତାଙ୍କୁ ଲୋକ ଲୋଚନରୁ ଦୂରେଇ ରହିବା ପାଇଁ ବାଧ୍ୟ କରିଥିଲା ।

   Related Posts