ଗ୍ରହ ପୂଜା କରିବାକୁ ଆସି ଗଛରେ ବନ୍ଧା ହୋଇ ମାଡ ଖାଇଲା ତାନ୍ତ୍ରିକ , ଡାକିଥିବା ଲୋକେ କବାଟ କିଳିଲେ
5/07/2020 at 2:32 PM

ମହାକାଳପଡ଼ା ୦୫।୦୭: ଗ୍ରହଶାନ୍ତି ଯଜ୍ଞ କରୁଥିଲେ ହେଲେ ତାହା ଗଳଗ୍ରହ ପାଲଟିଗଲା । ଗ୍ରହ ଶାନ୍ତି ପୂଜା କରିବାକୁ ଆସି ବନ୍ଧା ହେଲେ ତାନ୍ତ୍ରିକ । ଦୁଇ ପଡୋଶୀଙ୍କ ଭିତରେ ଶତ୍ରୁତାରୁ ତାନ୍ତ୍ରିକ ଖାଇଲେ ନିସ୍ତୁକ ମାଡ଼ । କେନ୍ଦ୍ରାପଡା ଖରନାସୀ ଗାଁର ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଖରନାସୀ ଗାଁର ବିଶ୍ବନାଥ ମଣ୍ଡଳ ଗ୍ରହ ଶାନ୍ତି ପାଇଁ ପାରାଦୀପ ଅଂଚଳର ତାନ୍ତ୍ରିକ ବଲାଇ ଘଡେଇଙ୍କୁ ଆଣି ନିଜ ଘରେ ରାତିରେ ପୂଜାର୍ଚ୍ଚନା କରୁଥିଲେ । ବିଶ୍ବନାଥ ଙ୍କ ସହ ଶତ୍ରୁତା ଥିବା ପଡୋଶୀ ମନୋରଞ୍ଜନ ମଣ୍ଡଳ ଏହାକୁ ନେଇ ଗାଁରେ ହୋହାଲ୍ଲା କରିଥିଲେ । ଗ୍ରାମବାସୀ ରୁଣ୍ଡ ହୋଇ ତାନ୍ତ୍ରିକକୁ କାବୁ କରି ଗଛରେ ବାନ୍ଧି ଦେଇଥିଲେ । ପୂଜା ସାମଗ୍ରୀ ମଧ୍ୟ ଜବତ କରିଥିଲେ । ଏଣେ ତାନ୍ତ୍ରିକଙ୍କୁ ଆଣିଥିବା ବିଶ୍ବନାଥଙ୍କ ପରିବାର ଭୟରେ ଘରେ ତାଲା ପକାଇ ରହିଥିଲେ । ପୋଲିସ ଗାଁରେ ପହଞ୍ଚି ତାନ୍ତ୍ରିକ ଏବଂ ବିଶ୍ବନାଥଙ୍କ ପରିବାରକୁ ଉଦ୍ଧାର କରିଛି ।