Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ମୃତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ମଶାଣିରେ ତାନ୍ତ୍ରିକଙ୍କ ପୂଜା ପାଠ, ଗାଁଲୋକ ବିରୋଧ କରିବାରୁ ତାନ୍ତ୍ରିକ ଫେରାର

16/08/2019 at 4:30 PM

ବ୍ରହ୍ମପୁର ୧୬|୮: ଗଂଜାମ କବିସୂର୍ଯ୍ୟନଗର ଗୁଡିଆଳିରେ କୃଷ୍ଣ ଜେନା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଦେହ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଦେହକୁ ବଂଚାଇବା ପାଇଁ ଗାଁ ମଶାଣିରେ ପୂଜା ପାଠ କରିଛି ତାନ୍ତ୍ରିକ । ଏହାକୁ ଗ୍ରାମବାସୀମାନେ ବିରୋଧ କରୁଥିବାର ଦେଖିବାକୁ ମିଳିଛି । ଫଳରେ ତାନ୍ତ୍ରିକକୁ ଅଟକ ରଖିଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ, ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଏବେ ବି ଅନ୍ଧ ବିଶ୍ଵାସ ବଞ୍ଚି ରହିଛି  । ଗତକାଲି ବୁଗୁଡା ଅଂଚଳରେ ଜଣେ ମୃତ ବ୍ୟକ୍ତିଙ୍କୁ  ବଂଚାଇବା ପାଇଁ ଶିବ ମନ୍ଦିରରେ ପାଣି ଢଳାଯାଇଥିବା ଘଟଣା ନଜରକୁ ଆସିଥିବା ବେଳେ ଆଜି ପୁଣି କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗାଁରେ ସେହିଭଳି ଘଟଣା ଘଟିଛି  । ଗାଁର କୃଷ୍ଣ ଜେନା ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଗତକାଲି ରାତିରେ ହୋଇଥିଲା  ।

ତେବେ ସେହି ମୃତ ବ୍ୟକ୍ତିଙ୍କୁ ବଂଚାଇବା ପାଇଁ ଜଣେ ତାନ୍ତ୍ରିକ ଆସି ପୂଜାପାଠ କରିଥିଲେ  । ଗାଁ ମଶାଣିରେ ତାନ୍ତ୍ରିକ ଜଣକ ପୂଜା ପାଠ ସାଗଂକୁ ମନ୍ତ୍ର ପାଠ କରୁଥିବା ବେଳେ ଗାଁ ଲୋକେ ତାହାକୁ ବିରୋଧ କରିଥିଲେ  । ଏହାପରେ ସଂପୃକ୍ତ ତାନ୍ତ୍ରିକକୁ ଗ୍ରାମବାସୀ ଅଟକ ରଖିଥିବାବେଳେ ସେ ଫେରାର ହୋଇ ଯାଇଥିବା ଜଣାପଡିଛି  ।

   Related Posts