Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଗୁଣିଆଙ୍କ ଅଜବ ଚିକିତ୍ସା : ମୟୂରପୁଛ ଧରି ରୋଗୀକୁ ଝାଡିବା ପରେ ଶରୀର ସାରା କାମୁଡି କଲେ ଚିକିତ୍ସା

13/08/2019 at 11:48 AM

ମାଲକାନଗିରି ୧୩|୮:  ଗୁଣିଆଙ୍କ କାମୁଡା ଚିକିତ୍ସା । ଏମିତି ଏକ ବିଚିତ୍ର ଚିକିତ୍ସା ଦେଖିବାକୁ ମିଳିଛି ମାଲକାନଗିରିରେ । କାଲିମେଳା ତେଲରାଇ ପଂଚାୟତର ଉର୍ମାଗୁଡ଼ା ଗାଁରେ ଜଣେ ଗୁଣିଆ ଏମିତି ଅଜବ ପ୍ରଣାଳୀରେ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି ।

ଏହି ଗୁଣିଆ ଜଣଙ୍କ ଜଣେ ମହିଳା ରୋଗୀଙ୍କୁ ସୁସ୍ଥ କରିବାକୁ ଝଡ଼ାଫୁଙ୍କା କରିଥିଲେ । ହାତରେ ଏକ ମୟୂରପୁଛ ଧରି ରୋଗୀକୁ ଝାଡ଼ିବା ପରେ ଗୁଣିଆ ଜଣଙ୍କ ମହିଳା ରୋଗୀଙ୍କ ଶରୀର ସାରା କାମୁଡ଼ି ଚାଲିଥିଲା। ରୋଗୀର ପିଠି, ବେକ, ଛାତି ଓ ପେଟକୁ କାମୁଡ଼ି ଗୁଣିଆ ଜଣଙ୍କ ସଂପୂର୍ଣ୍ଣ ଭଲ ହୋଇଯିବ ବୋଲି ବିଶ୍ବାସ ଜନ୍ମାଇ ଚାଲିଥିଲା।

ଅନ୍ୟପଟେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ମାଲକାନଗିରି ଜିଲ୍ଲାରେ ଲୋକେ ଏବେ ବି ଅନ୍ଧବିଶ୍ବାସରେ ଘୋରି ହୋଇ ରହିଛନ୍ତି । ଛୋଟମୋଟ ସମସ୍ୟା ହେଲେ ଗୁଣିଆ ତଥା ଦିଶାରୀ ନିକଟକୁ ଚାଲିଯାଉଛନ୍ତି । ରୋଗ ହେଲେ ଡାକ୍ତରଖାନା ଅପେକ୍ଷା ଝଡ଼ାଫୁଙ୍କା ଉପରେ ଅତୁଟ ବିଶ୍ବାସ ରହିଛି ।

ଏହି ଦୃଶ୍ୟ ଦେଖିବାକୁ ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି ହୃଦୟ ବିଦାରକ । ଉର୍ମାଗୁଡ଼ା ଗାଁର ଦେବା ବେଟୀଙ୍କ ପତ୍ନୀ ଦୁଲେ ବେଟୀ ଜ୍ବରରେ ଆକ୍ରାନ୍ତ ହୋଇ ରହିଥିଲେ । ଭୀଷଣ ଜ୍ବର ସାଙ୍ଗକୁ ହାତଗୋଡ଼ରେ ବ୍ୟଥା ହେଉଥିଲା । ଏମିତି ସ୍ଥିତିରେ ଦୁଲେ ମେଡିକାଲ ଯିବା ପରିବର୍ତ୍ତେ ଗୁଣିଆଙ୍କ ନିକଟକୁ ଗଲେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବାର ବିଶ୍ବାସ ନେଇ ଆସିଥିଲେ । ଗୁଣିଆ କାମୁଡ଼ାରୁ ଯନ୍ତ୍ରଣା ହେଉଥିଲେ ବି ସେ ଏହାକୁ ସହ୍ୟ କରି ନେଇଥିଲେ ।

କେବଳ ଏହା ଗୋଟିଏ ଘଟଣା ନୁହେଁ, ଏହିପରି ଅନେକ ରୋଗୀ ମେଡିକାଲ ନ ଯାଇ ଗୁଣି ଗାରେଡ଼ି ଉପରେ ନିର୍ଭର କରି ମୃତ୍ୟୁମୁଖରେ ପଡୁଛନ୍ତି । ଏଭଳି କ୍ଷେତ୍ରରେ ଲୋକଙ୍କୁ ସଚେତନ କରିବା ପ୍ରଶାସନର ବଡ ଦାୟିତ୍ବ ।

   Related Posts