ରୋଗ ଠିକ୍ କରିବା ବାହାନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ତାନ୍ତ୍ରିକ
22/05/2019 at 2:04 PM

କରୈାଲି ୨୨/୫: ରାଜସ୍ଥାନର କରୈାଲିର ଜଣେ ଯୁବତୀଙ୍କ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ଡୋଟାଭୀମର ଥାନାଧିକାରୀଙ୍କ କହିବାନୁସାରେ ପୀଡ଼ିତା ଅଭିଯୋଗ କରିଥିଲେ ଯେ ଦୁଇଜଣ ବ୍ୟକ୍ତି ସୋମବାର ତାଙ୍କୁ ଜବରଦସ୍ତି ଧରି ଶୁନଶାନ ସ୍ଥାନକୁ ନେଇ ଯାଇଥିଲେ ଏବଂ ଗଣଦୁଷ୍କର୍ମ କରିଥିଲେ।
ପୀଡ଼ିତାଙ୍କ ବୟସ ୧୮-୧୯ବର୍ଷ ମଧ୍ୟରେ। ଜଣେ ଅଭିଯୁକ୍ତଙ୍କ ନାଁ ମନୀଷ ମିଣା ବୋଲି ଜଣା ପଡ଼ିଛି। ଏହି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତକୁ ଖୋଜିବା ପାଇଁ ଟିମ୍ ପ୍ରସ୍ତୁତ କରାଯାଇଛି।
ରୋଗ ଠିକ୍ କରିବା ବାହାନାରେ ଦୁଇ ଜଣ ତାନ୍ତ୍ରିକ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ସାମନାକୁ ଆସିଛି। ମଦନାପୁର ଥାନା ମୁଖ୍ୟଙ୍କ କହିବାନୁସାରେ ସମସ୍ତିପୁର ଗାଁରେ ରହୁଥିବା ଜଣେ ୨୫ବର୍ଷ ବୟସ୍କା ଯୁବତୀ ଦୀର୍ଘ ଦିନରୁ ରୋଗଗ୍ରସ୍ତ ଥିଲେ। କୈାଣସି ଜଣେ ବ୍ୟକ୍ତିଙ୍କ ପରାମର୍ଶରେ ଯୁବତୀଙ୍କ ସ୍ବାମୀ ତାଙ୍କୁ ମଦନାପୁର ଥାନା ଅନ୍ତର୍ଗତ ପହନାର ବାସିନ୍ଦା ତାନ୍ତ୍ରିକ ପ୍ରମୋଦଙ୍କ ନିକଟକୁ ନେଇ ଯାଇଥିଲେ। ପ୍ରମୋଦ ମଇ ୧୯ତାରିଖ ସନ୍ଧ୍ୟାରେ ପୂଜାର ସାମଗ୍ରୀ ସହିତ ଯୁବତୀ ଏବଂ ତାଙ୍କ ସ୍ବାମୀଙ୍କୁ ଡାକି ଜଙ୍ଗଲକୁ ନେଇ ଯାଇଥିଲେ।
ପୂଜା କରିବା ପରେ ତାନ୍ତ୍ରିକ ତାଙ୍କ ସ୍ବାମୀଙ୍କୁ ଦୂରକୁ ପଠାଇଦେଇଥଲେ ଏବଂ ଯୁବତୀଙ୍କୁ ଦୁଇଜଣ ତାନ୍ତ୍ରିକ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କ ସ୍ବାମୀ ଆସିବାରୁ ତାନ୍ତ୍ରିକ ସବୁ ପୂଜା ସରି ଯାଇଛି ଏବଂ ଯୁବତୀ ଜଣକ ଏବେ ଠିକ୍ ହୋଇଯିବେ ବୋଲି କହିଥିଲା। ସ୍ବାମୀଙ୍କ ସହ ଫେରୁଥିବାବେଳେ ଯୁବତୀଜଣକ ତାଙ୍କୁ ସବୁକଥା କହିଥିଲେ।
ଏହାପରେ ଯୁବତୀଙ୍କ ସ୍ବାମୀ ପୋଲିସକୁ ଏ ମାମଲାରେ ଅଭିଯୋଗ କରିଥିଲେ। ଫେରାର ଥିବା ଅଭିଯୁକ୍ତକୁ ପୋଲିସ୍ ଖୋଜୁଛି। ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।