ଉପଚାର ବାହାନାରେ ମହିଳାଙ୍କୁ ୪୦ଦିନ ଯାଏଁ ଦୁଷ୍କର୍ମ କଲା ତାନ୍ତ୍ରିକ : ଗିରଫ

Published By : Prameya-News7 Bureau | June 01, 2019 IST

ନୂଆଦିଲ୍ଲୀ ୧/୬: ଗୋବିନ୍ଦପୁରୀରେ ରହୁଥିବା ଜଣେ ୩୨ବର୍ଷ ବୟସର ମହିଳାଙ୍କୁ ଜଣେ ତାନ୍ତ୍ରିକ ଦୁଷ୍କର୍ମ କରିଛି। ମହିଳା ଅଭିଯୋଗ କରିଛନ୍ତି ଯେ ସେ ୨ବର୍ଷ ପୂର୍ବରୁ ଗୋବିନ୍ଦପୁରୀ ଗଳି ନମ୍ବର-୫ରେ ଭଡ଼ାଘରେ ନିଜ ମାଆ ଏବଂ ଭଉଣୀ ସହ ରହୁଥିଲେ। ସେହି କୋଠାରେ ଅଭିଯୁକ୍ତ ତାନ୍ତ୍ରିକ ରାକେଶ ପଟିୟାଲଓ୍ବି ରହୁଥିଲା।

୨ବର୍ଷ ପୂର୍ବେ ପୀଡ଼ିତା ମାନସିକ ଚିନ୍ତାରେ ରହୁଥିଲେ। ସେହି ସମୟରେ ତାଙ୍କ ସାକ୍ଷାତ ତାନ୍ତ୍ରିକ ରାକେଶଙ୍କ ସହ ହୋଇଥିଲା। ରାକେଶ ତାଙ୍କୁ ଉପଚାର ବାହାନାରେ ନିଜ ରୁମକୁ ଡାକିଥିଲା ଏବଂ ଲଗାତାର ୪୦ଦିନ ଯାଏଁ ତାନ୍ତ୍ରିକ ମନ୍ତ୍ର ବାହାନାରେ ତାଙ୍କ ଉପଚାର କରୁଥିଲା। ସେ ମହିଳାଙ୍କ ସହ ଅନେକ ଥର ଦୁଷ୍କର୍ମ ମଧ୍ୟ କରିଥିଲା।

ସମ୍ଭବତଃ ସେହି ସମୟରେ ମହିଳା ଭୟଭୀତ ହୋଇ କାହାକୁ କିଛି କହିପାରିନଥିଲେ। ଏହା ସତ୍ବେ ଅଭିଯୁକ୍ତ ତାନ୍ତ୍ରିକ ତାଙ୍କ ପଛରେ ପଡ଼ିଥିଲା। ତାନ୍ତ୍ରିକ ଡରରେ ପୀଡ଼ିତା ନିଜ ମାଆ ଏବଂ ଭଉଣୀଙ୍କ ସହ ଗଳି ନଂ-୧୩କୁ ସିଫ୍ଟ ହୋଇଯାଇଥିଲେ। ଏହା ସତ୍ବେ ତାନ୍ତ୍ରିକ ତାଙ୍କୁ ହଇରାଣ କରୁଥିଲା ଏବଂ ତାଙ୍କୁ ଦୁଷ୍କର୍ମ କରୁଥିଲା। କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଉଥିଲା।

ଶେଷରେ ପୀଡ଼ିତା ଯୁବତୀ ତାନ୍ତ୍ରିକର ଅତ୍ୟାଚାର ସହିନପାରି ନିଜ ଦୁଃଖ କାହାଣୀ ଭଉଣୀ ଏବଂ ମାଆଙ୍କୁ କହିଥିଲେ। ପୋଲିସ୍ ପୀଡ଼ିତାର ବୟାନରେ ୩୭୬ ଏବଂ ୫୦୬ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରିଛି ଏବଂ ଏହି ତାନ୍ତ୍ରିକ ୨୦୦୯ରୁ ତାନ୍ତ୍ରିକ କ୍ରିୟାରେ ଲିପ୍ତ ଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.