ଦେହ ଦେଖାଇବାକୁ ଆସିଥିବା ଯୁବତୀଙ୍କୁ ତାନ୍ତ୍ରିକ ପ୍ରଥମେ ପ୍ରେମଜାଲରେ ଫଶାଇ ରଖିଲା ଶାରିରୀକ ସମ୍ପର୍କ, ତାପରେ ଅପହରଣ କରି ସହଯୋଗୀଙ୍କ ସହ ମିଶି କଲା ଦୁଷ୍କର୍ମ
22/11/2018 at 3:18 PM

ଜୟପୁର ୨୨/୧୧ : ପୁଣି ସାମ୍ନାକୁ ଆସିଛି ଜଣେ ଭଣ୍ଡ ତାନ୍ତ୍ରିକର ଯୌନାଚାର ଘଟଣା | ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅସୁସ୍ଥ ଥିବା ନିଜ ଯୁବତୀ ଝିଅକୁ ଜଣେ ତାନ୍ତ୍ରିକକୁ ଦେଖାଇ ଆସୁଥିଲେ ଉତ୍ତରପ୍ରଦେଶର ପ୍ରତାପଗଡ଼ର ଏକ ପରିବାର । ହେଲେ ପରିବାର ଲୋକଙ୍କ ନଜର ଆଢୁଆଳରେ ଅସୁସ୍ଥ ଝିଅଟିକୁ ବାରମ୍ବାର ଦୁଷ୍କର୍ମ କରିବା ସହ ସହଯୋଗୀଙ୍କୁ ନେଇ କରୁଥିଲା ଗଣ ଦୁଷ୍କର୍ମ କରୁଥିଲା ତାନ୍ତ୍ରିକ । ପ୍ରଥମେ ପ୍ରଥମେ ତନ୍ତ୍ର ସାଧାନାବେଳେ ଦୁଷ୍କର୍ମ କରୁଥିବା ଭଣ୍ଡ ତାନ୍ତ୍ରିକ ପରବର୍ତ୍ତି ସମୟରେ ସମସ୍ତଙ୍କ ଅଗୋଚରରେ ଯୁବତୀଙ୍କୁ ଅପହରଣ କରି ଚଳାଇଥିଲା ନିଜ ଆସୁରିକ ପ୍ରବୃତ୍ତିର ଚରିତାର୍ଥ । ଦିନେ କି ଦୁଇଦିନ ନୁହେଁ । ଦୀର୍ଘ ମାସେ ଧରି ବନ୍ଦ କୋଠରୀ ଭିତରେ ଚାଲିଥିଲା ଏହି ପୈଶାଚିକ ପ୍ରକ୍ରିୟା ।
ସୂଚନାଯୋଗ୍ୟ ଯେ, ନୀଳକଣ୍ଠ ରାଜପୁର ବାସିନ୍ଦା ରାମ କିଶୋର ଏକ ଇଟା ଭାଟିରେ କାମ କରୁଥିଲେ | ତାଙ୍କର ଦୁଇଟି ଝିଅ | ତାଙ୍କ ସ୍ତ୍ରୀ ଦୁଇ ଝିଅଙ୍କୁ ଧରି ଘରେ ରହୁଥିଲେ | କିଛି ଦିନ ତଳେ ବଡ ଝିଅର ଦେହ ଖରାପ ହୋଇଥିଲା | ମା ବଡ ଝିଅକୁ ନେଇ ତାନ୍ତ୍ରିକ ପାଖକୁ ଯାଇଥିଲେ | ତାନ୍ତ୍ରିକ ଝିଅକୁ ଝଡ଼ାଫୁଙ୍କା କରିଥିଲା | ଝଡ଼ାଫୁଙ୍କା ବେଳେ ଝିଅକୁ ଦେଖି ତାନ୍ତ୍ରିକର ମତିଭ୍ରମ ହୋଇଥିଲା | ଏହାପରେ ତାନ୍ତ୍ରିକ ପରିବାରଲୋକଙ୍କୁ ବାହାରେ ବସିବାକୁ କହିଥିଲା ଏବଂ ଝିଅକୁ ଝଡ଼ାଫୁଙ୍କା କରିଥିଲା | ଏମିତି କିଛି ଦିନ ଚାଲିଥିଲା । ଏହି ସମୟ ମଧ୍ୟରେ ତାନ୍ତ୍ରିକ ଯୁବତୀଙ୍କ ସହ ପ୍ରେମର ନାଟକ କରିଥିଲା ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା |
ତେବେ ଅଚାନକ ଦିନେ ଯୁବତୀ କୁଆଡେ ଗାୟବ ହୋଇଗଲେ | ଝିଅ ନିଖୋଜ ଥିବା ନେଇ ପରିବାରଲୋକେ ଥାନାରେ ଏତଲା ଦେଇଥିଲେ | ପୋଲିସ ଖୋଜାଖୋଜି କରୁ କରୁ ଯାଇ ତାନ୍ତ୍ରିକ ପାଖରେ ପହଞ୍ଚିଥିଲା | ପୋଲିସ ଯୁବତୀଙ୍କୁ ତାନ୍ତ୍ରିକର ଆଶ୍ରମରୁ ଉଦ୍ଧାର କରିଥିଲା | ଯୁବତୀ ପୋଲିସକୁ କହିଥିଲେ ଯେ, ବାବା ତାଙ୍କୁ ଗୋଟିଏ ଘରେ ବନ୍ଧକ କରି ରଖିଥିଲା ଏବଂ ସହଯୋଗୀଙ୍କ ସହ ମିଶି ତାଙ୍କୁ ବାରମ୍ବାର ଗଣଦୁଷ୍କର୍ମ କରୁଥିଲା | ତେବେ ବାବା ଏହି ଆଶ୍ରମରୁ ଫେରାର ହୋଇଯାଇଛି | ତାନ୍ତ୍ରିକକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି |