Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କାମୁକ ତାନ୍ତ୍ରିକ: ଝଡ଼ାଫୁଙ୍କା ବାହାନାରେ ଦୁଇ ଭଉଣୀଙ୍କୁ ବାରମ୍ବାର ଦୁଷ୍କର୍ମ, ଦୁହେଁ ଏବେ ଗର୍ଭବତୀ, ଜଣେ ନାବାଳିକା

7/11/2020 at 6:42 PM

ନବସାରୀ ୭/୧୧: ଏବେ ବି ଅନ୍ଧ ବିଶ୍ବାସର ଅନ୍ଧଗଳିରେ ମଣିଷ ! ନିଜର କାର୍ଯ୍ୟସିଦ୍ଧି ପାଇଁ ତାନ୍ତ୍ରିକ ଉପରେ ବିଶ୍ବାସ କରୁଛନ୍ତି ଲୋକେ। ତାନ୍ତ୍ରିକ କଥାରେ ପରିଚାଳିତ ହେବା ସହ ସବୁ କିଛି ଦେଇ ଦେବାକୁ ବି ପଛାଉନାହାନ୍ତି। କିନ୍ତୁ ଗୋଟିଏ ଭୁଲ ଯେ କେ​‌ତେ ବଡ଼ କ୍ଷତି କରିପାରେ ତାହା ଜାଣିନେବା ନିହାତି ଆବଶ୍ୟକ। ଜଣେ ବାପା ତାନ୍ତ୍ରିକ କଥାରେ ପଡ଼ି ତାଙ୍କର ଦୁଇ ଝିଅଙ୍କୁ ତା ପାଖରେ ଛାଡ଼ିଆସିଥିଲା। କିନ୍ତୁ ତାନ୍ତ୍ରିକ ଘରର ସମସ୍ୟା ବୁଝିବ କଣ ବଢ଼ାଇଦେଲା। ଦୁଇ ଝିଅ ଗର୍ଭବତୀ ହୋଇ ଘରକୁ ଫେରିଲେ।

ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ଦକ୍ଷିଣ ଗୁଜୁରାଟର ନବସାରୀ ଜିଲ୍ଲାରେ। ପୀଡ଼ିତାଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ଜଣାପଡ଼ିଛି। ତେବେ ପୋଲିସ ପୀଡ଼ତାଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି କହିଛି ଯେ,   ନିଜର ବ୍ୟକ୍ତିଗତ ସମସ୍ୟା ଦୂର କରିବା ପାଇଁ ମହାରାଷ୍ଟ୍ରର ପନ୍ଦୁରବାର ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ। ଅଭିଯୁକ୍ତ ବାବା ତାଙ୍କର ଦୁଇ ଝିଅଙ୍କୁ ଝଡ଼ା ଫୁଙ୍କା କରିବାକୁ ପରାମର୍ଶ ଦେଲା। ଏଥିପାଇଁ ପୀଡ଼ିତାଙ୍କ ବାପା ଅଭିଯୁକ୍ତକୁ ୫୦ ହଜାର ଟଙ୍କା ମଧ୍ୟ ଦେଇଥିଲେ।

ପରେ ଦୁଇ ଭଉଣୀଙ୍କୁ ତାନ୍ତ୍ରିକ ପାଖରେ ଛାଡ଼ି ସେ ଚାଲିଆସିଥିଲେ।ଏହାପରେ ତାନ୍ତ୍ରିକ ଦୁଇ ଭଉଣୀଙ୍କୁ ଅନେକ ଥର ଦୁଷ୍କର୍ମ କରିଛି। ତେବେ ଦୁଇ ମାସ ପରେ ପୀଡ଼ିତାଙ୍କ ପରିବାର ଜାଣିବାକୁ ପାଇଲେ ଦୁଇ ଭଉଣୀ ଗର୍ଭବତୀ ଅଛନ୍ତି। ପରେ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ନନ୍ଦୁରବାର ଗାଁରେ ଚଢ଼ାଉ କରି ଅଭିଯୁକ୍ତ ତାନ୍ତ୍ରିକ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଛି।   

   Related Posts