୧୦ବର୍ଷର ନାବାଳିକାଙ୍କୁ ଜୀବନ୍ତ ଜଳାଇ ତାନ୍ତ୍ରିକର ଆତ୍ମହତ୍ୟା
12/12/2020 at 5:25 PM

ବାଡ଼ମେର ୧୨/୧୨: ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ତାନ୍ତ୍ରିକ ତନ୍ତ୍ରବିଦ୍ୟା ସହାୟତାରେ ୧୦ବର୍ଷୀୟ ବାଳକକୁ ଜୀବିତ ପୋଡ଼ି ଦେଇଥିଲେ ଏବଂ ପରେ ନିଜେ ଆତ୍ମହତ୍ୟା କରି ଦେଇଥିଲେ। ଘଟଣା ପରଠୁ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

ଘଟଣାଟି ଘଟିଛି ସୀମାବର୍ତ୍ତି ବାଖାସର ଅଞ୍ଚଳରେ। ତାନ୍ତ୍ରିକ ଜଣେ ପାକ୍ ଶରଣାର୍ଥୀ। ତାଙ୍କ ନାଁ ରାମ ଭିଲ। ମାମଲାର ସୂଚନା ମିଳିବା ମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବାମାତ୍ରେ ତାଜୁବ୍ ହୋଇଯାଇଥିଲା। ତାନ୍ତ୍ରିକ ଏକ ସମାଧି ନିଜ ଘରେ ନିର୍ମାଣ କରିଥିଲେ। ଏହା ସହିତ ତାଙ୍କ ଘରୁ ତନ୍ତ୍ର ବିଦ୍ୟାର ସାମଗ୍ରୀ ମଧ୍ୟ ଜବତ ହୋଇଥିଲା। ତାନ୍ତ୍ରିକ ଗତ ୨ବର୍ଷରୁ ଗାଁରେ ରହୁଥିଲେ।