ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ

Published By : Prameya-News7 Bureau | May 10, 2021 IST

ହାଇଦ୍ରାବାଦ ୧୦।୫: ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୭ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କିଙ୍ଗ କୋଟି ସରକାରୀ ହସ୍ପିଟାଲର ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ହସ୍ପିଟାଲରେ ଅକ୍ସିଜେନ୍ ର ଅଭାବ ଥିଲା । ଅକ୍ସିଜେନ୍ ନେଇ ଏକ ଟ୍ୟାଙ୍କର ହସ୍ପିଟାଲ ଅଭିମୁଖେ ଆସୁଥିଲା । ମାତ୍ର ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲିଯିବାରୁ ଠିକ୍ ସମୟରେ ଅକ୍ସିଜେନ୍ ନେଇ ହସ୍ପିଟାଲରେ ପହଞ୍ଚି ପାରିନଥିଲା ।

ସେପଟେ ହସ୍ପିଟାଲରେ ଅକ୍ସିଜେନ୍ ଅଭାବକୁ ନେଇ ହାହାକାର ଦେଖାଦେଇଥିଲା । ଲୋକମାନେ ଟ୍ୟାଙ୍କରକୁ ଅପେକ୍ଷା କରିଥିଲେ । ଧିରେ ଧିରେ ଆଇସିୟୁକୁ ଅକ୍ସିଜେନ୍ ସପ୍ଲାଏ କମ୍ ହେବାକୁ ଲାଗିଥିଲା । ରୋଗୀମାନଙ୍କର ମୃତ୍ୟୁ ହେବାରେ ଲାଗିଥିଲା । ଦେଖୁ ଦେଖୁ ରବିବାର ଦିନ ୭ ଜଣ ରୋଗୀଙ୍କର ମୃତ୍ୟୁ ହୋଇସାରିଥିଲା ।

ରିପୋର୍ଟ ଅନୁସାରେ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କରେ ରବିବାର ଦ୍ବିପ୍ରହରରୁ ହିଁ ଅକ୍ସିଜେନ୍ ପ୍ରେସର କମ୍ ହେବାରେ ଲାଗିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତୁ ଟ୍ୟାଙ୍କକୁ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଅକ୍ସିଜେନ୍ ନେଇ ଆସୁଥିବା ଟ୍ୟାଙ୍କର ରାସ୍ତା ଭୁଲିଯାଇଥିଲେ । ହାଇଦ୍ରାବାଦ ନାୟାରଣଗୁଡା ପୋଲିସ ବହୁତ କଷ୍ଟରେ ଅକ୍ସିଜେନ୍ ଟ୍ୟାଙ୍କରକୁ ଖୋଜି ବାହାର କରିଥିଲା । ମାତ୍ର ଅକ୍ସିଜେନ୍ ନେଇ ଯେତେବେଳେ ଟ୍ୟାଙ୍କର ହସ୍ପିଟାଲରେ ପହଞ୍ଚିଥିଲା ସେତେବେଳକୁ ୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇସାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.