Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଟ୍ୟାଙ୍କର-ଟ୍ରକ୍ ମୁହାଁମୁହିଁ ଧକ୍କା, ପୋଲ ଉପରେ ଜଳିଗଲା ଟ୍ୟାଙ୍କର

9/01/2020 at 7:57 AM

ରାୟଗଡା ୯।୧: ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ଯୋଗୁଁ ଜଳିଗଲା ଟ୍ୟାଙ୍କର । ରାୟଗଡା ସହର ଉପକଣ୍ଠ ମଝିଘରିଆଣୀ ପୋଲ ଉପରେ ହୋଇଛି ଦୁର୍ଘଟଣା । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଟ୍ୟାଙ୍କରଟି ପେରକସାଇଡ ନେଇ ବିଶାଖାପାଟଣାରୁ ଜେକେପୁର ଅଭିମୁଖେ ଆସୁଥିଲା । ବିପରୀତ ଦିଗରୁ ଯାଉଥିବା ଲୁହା ବୋଝେଇ ଟ୍ରକଟି ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ସୂଚନାଯୋଗ୍ୟ ଯେ, ରାୟଗଡାରୁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ଆଜି ଭୋରରୁ ଘଟିଛି ଏହି ଦୁର୍ଘଟଣା। ରାୟଗଡା ସହର ଉପକଣ୍ଠ ମଝିଘରିଆଣୀ ମନ୍ଦିର ପୋଲ ନିକଟରେ ପେରକସାଇଡ ବୋଝେଇ ଟ୍ରକ୍ ସହ ଲୁହା ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି ।

ଟ୍ୟାଙ୍କରଟି ପେରକସାଇଡ ନେଇ ବିଶାଖାପାଟଣାରୁ ଜେକେପୁର ଅଭିମୁଖେ ଆସୁଥିଲା। ବିପରୀତ ଦିଗରୁ ଯାଉଥିବା ଲୁହା ବୋଝେଇ ଟ୍ରକଟି ଟ୍ୟାଙ୍କରକୁ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟ୍ୟାଙ୍କରଟିରେ ନିଆଁ ଲାଗିଯାଇଥିଲା । ଟ୍ୟାଙ୍କରର କ୍ୟାବିନ ସହ ପଛର କିଛି ଅଂଶ ପୋଡିଯାଇଛି। ଜଳୁଥିବା ଟ୍ୟାଙ୍କରରୁ ଡ୍ରାଇଭର ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

   Related Posts