ଟ୍ୟାଙ୍କରକୁ ଧକ୍କା ଦେଲା କାର୍ : ୪ ମୃତ, ୧୨ ଗୁରୁତର

Published By : Prameya-News7 Bureau | October 23, 2021 IST

ପୁନେ, ୨୩|୧୦: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜୀବନ ହାରିଲେ ୪ । ଏହାସହ ଅନ୍ୟ ୧୨ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ପୁନେରେ ।

ସୂଚନାନୁସାରେ, ପୁନେରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ନାଭାଲ ବ୍ରିଜ ଉପରେ ଏକ ଟ୍ୟାଙ୍କରକୁ କାର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଘଟଣାପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଏନେଇ ସେମାନେ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.