ଅବୈଧ ସଂପର୍କର କରୁଣ ପରିଣତି: ଲାଇକ୍ ଆପ୍‌ରୁ ରିଲେସନ୍‌, ଟଙ୍କା ପାଇଁ ମାରିଦେଲା ପ୍ରେମିକ

Published By : Prameya-News7 Bureau | March 06, 2020 IST

ଗ୍ରେଟର ନୋଇଡ଼ା୬/୩: ପ୍ରେମ ସଂପର୍କରୁ କରୁଣ ପରିଣତି। ଦିଲ୍ଳୀ ଗ୍ରେଟର ନୋଇଡା ପୋଲିସ ଷ୍ଟେସନର ବିସାରଖ ଆରିହାନ୍ତ ସୋସାଇଟି ଅଞ୍ଚଳରେ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତ ସବୁ ସତ ଓଗାଳିଛି।

{"id":233686,"sizeSlug":"large"}

ନୋଇଡ଼ାର ଡିସିପି କହିଛନ୍ତି ରାଘବ ନାମକ ବ୍ୟକ୍ତି ମହିଳାଙ୍କୁ ହତ୍ୟା କରିଛି। ଦୀର୍ଘ ଅଢ଼େଇ ବର୍ଷ ହେଲା ମୃତା ମହିଳାଙ୍କ ସହ ଯୁବକର ସଂପର୍କ ଥିଲା। ମୋବାଇଲର ଲାଇକ୍‌ ଆପ୍‌ ଦ୍ବାରା ଅଭିଯୁକ୍ତ ରାଘବ ଓ ମହିଳାଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା।  ଅଧିକାଂଶ ସମୟରେ ରାଘବ ମହିଳାଙ୍କ ଘରକୁ ଯିବା, ଆସିବା କରୁଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି।

{"id":233687,"sizeSlug":"large"}

ଅଭିଯୁକ୍ତ ରାଘବ କହିଛି ଯେ, ଟଙ୍କା ନେଣଦେଣ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗରେ ମହିଳାଙ୍କୁ ରାଘବ ହତ୍ୟା କରିଥିଲା। ଏନ୍‌ଟିପିସିର ଡିଜିଏମ୍‌ ଭାବେ ରାଘବ କାମ କରୁଥିଲା। ମହିଳାଙ୍କ ଘରେ ପଶି ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି। ସର୍ବପ୍ରଥମେ ମହିଳାଙ୍କ ଶବକୁ ତାଙ୍କ ପୁଅ ଦେଖିଥିଲେ। ଏହା ପରେ ପୋଲିସ୍‌କୁ ଖବର ଦେଇଥିଲେ।  ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍‌ ଅଭିଯୁକ୍ତ ରାଘବକୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.