ବିଶ୍ୱାସରେ ବିଷ, ଶ୍ୱଶୂର ଘର ଟଙ୍କା ନେଇ ବୋହୂ ଫେରାର୍

Published By : Prameya-News7 Bureau | April 11, 2021 IST

ନୀଳଗିରି ୧୧।୦୪: ବିଶ୍ୱାସରେ ବିଷ ଦେଲା ବୋହୂ । ଶ୍ୱଶୁର ଘର ଟଙ୍କା ନେଇ ଚମ୍ପଟ ମାରିଲା ବୋହୂ । ତାହା ପୁଣି ଲକ୍ଷାଧିକ ଟଙ୍କା । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ରାଉଳଖୁଣ୍ଟା ଗାଁରେ ଘଟିଛି ଏପରି ଘଟଣା ।

ଖବର ଅନୁଯାୟୀ, ରାଉଳଖୁଣ୍ଟା ଗାଁର ରମେଶ ମଲ୍ଲିକ  ନିଜ ଜନ୍ମସ୍ଥାନ ବାରିପଦାରେ ଜମି ବିକ୍ରି କରିଥିଲେ ।  ଜମି ବିକ୍ରି କରି ୨ଲକ୍ଷ ଟଙ୍କାକୁ ଆଣି କରିଥିବା ଧାର ସୁଝିବା ପାଇଁ ବୋହୂଙ୍କୁ ଦେଇଥିଲା । ବୋହୂକୁ ବିଶ୍ୱାସରେ ଦେଇଥିବା ଟଙ୍କା ଆଉ ଫେରି ପାଇନଥିଲେ । ଶନିବାର ଦିନ ମେଡିସିନ ଆଣିବାକୁ ନିଜ ବାପଘରକୁ ଯାଇଥିଲେ ବୋହୂ ମମତା ମଲ୍ଲିକ । ଶ୍ୱଶୁର ରମେଶ ମଲ୍ଲିକ ଫୋନ କରି ବୋହୁଙ୍କୁ ଟଙ୍କା ମାଗିଥିଲେ । କିନ୍ତୁ ବୋହୂ ଟଙ୍କା ଦେବା ପରିବର୍ତ୍ତେ ଓଲଟା ଗାଳି ଦେଇଥିଲେ । ଏପିରିକି ଧମକ ଚମକ ମଧ୍ୟ ଦେଉଥିବାର ଅଭିଯୋଗ ଆସିଛି । ଘରୁ ଏତେ ପରିମାଣର ଟଙ୍କା ନେଇ ବୋହୂ ଫେରାର ହୋଇଯାଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶ୍ୱଶୂର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.