କରୋନା ମୁକାବିଲା ପାଇଁ ୧କୋଟି ଟଙ୍କା ସହ ମାସକର ଦରମା ଦାନ କଲେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୦୩ : ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକକୋଟିରୁ ଅଧିକ ଅର୍ଥ ଦାନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ,  ପ୍ରାକୃତିକ ଗ୍ୟାସ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ସାଂସଦ ପାଣ୍ଠିରୁ ଏକକୋଟି ଟଙ୍କା ଦେଇଥିବା ବେଳେ   ମାସକର ଦରମା ମଧ୍ୟ ଦାନ କରିଦେଇଛନ୍ତି ।  କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଟଙ୍କା ପ୍ରଦାନ କରିଥିବା ଟ୍ବିଟ କରି ଦର୍ଶାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ।

wp:core-embed/twitter {"url":"https://twitter.com/dpradhanbjp/status/1244156303422844928","type":"rich","providerNameSlug":"twitter","className":""}
https://twitter.com/dpradhanbjp/status/1244156303422844928
/wp:core-embed/twitter

ଟ୍ୱିଟରେ ଶ୍ରୀ ପ୍ରଧାନ ଲେଖିଛନ୍ତି , “ ଏହି କଠିନ ସମୟରେ, ଆସନ୍ତୁ ଯେଉଁମାନେ ଆମ ଠାରୁ ଅଧିକ ଆବଶ୍ୟକତା ରଖୁଛନ୍ତି ସେମାନଙ୍କ ପାଇଁ ଛିଡା ହେବା । ”   ସେ ଦାନ କରିଥିବା ଅର୍ଥ ସୁବିଧାରୁ ବଞ୍ଚିତ ଥିବା ଲୋକମାନଙ୍କ ମୁହଁରେ ହସ ଫୁଟାଇବାରେ ସାହାଯ୍ୟ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

wp:core-embed/twitter {"url":"https://twitter.com/dpradhanbjp/status/1244156307503869952","type":"rich","providerNameSlug":"twitter","className":""}
https://twitter.com/dpradhanbjp/status/1244156307503869952
/wp:core-embed/twitter

LPG ଯୋଗାଣ ନେଇ ସାଉଦି ଆରବର ଶକ୍ତିମନ୍ତ୍ରୀଙ୍କ ସହ ସେ କଥା ହୋଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି । ଭିଡିଓ କନଫରେନ୍ସି ମାଧ୍ୟମରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ସେହି ଅବସରରେ ଭାରତକୁ ଏଲପିଜି ଗ୍ୟାସ ଯୋଗାଣ ଜାରି ରଖିବା  ପାଇଁ  ପ୍ରିନ୍ସ ଅବଦୁଲ୍ଲାଅଜିଜ୍ ତାଙ୍କୁ ଆଶ୍ବାସନା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରେ କହିଛନ୍ତି ।

wp:core-embed/twitter {"url":"https://twitter.com/dpradhanbjp/status/1244136770469388289","type":"rich","providerNameSlug":"twitter","className":""}
https://twitter.com/dpradhanbjp/status/1244136770469388289
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.