Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

Microsftଙ୍କ ବୟାନ ପରେ ପୁଣି ସର୍ଚ୍ଚ ଇଞ୍ଜିନରେ ଉପଲବ୍ଧ ହେଲା ‘tank man’ ଫଟୋ

5/06/2021 at 9:08 PM

ବେଜିଂ୫।୬: ସାରା ବିଶ୍ୱରେ ଶୁକ୍ରବାର ପାଳିତ ହୋଇଛି ତିଆନାନମେନ୍‌ ଦିବସ। ତେବେ ଏହି ଦିନ ମାଇକ୍ରୋସଫ୍ଟଙ୍କ ସର୍ଚ୍ଚ ଇଞ୍ଜିନ ‘ବିଙ୍ଗ’ରେ ଏଦି ଦିବସର ନାୟକ ‘ଟ୍ୟାଙ୍କ ମ୍ୟାନ’ ଛବି ଗାୟବ ଥିଲା। ଏ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଙ୍ଗର ମୂଳ ସଂସ୍ଥା ମାଇକ୍ରୋସଫ୍ଟ ଏହାର ସଫେଇ ଦେଇଛନ୍ତି। ଏହା ଏକ ଆକସ୍ମିକ ମନବୀୟ ତ୍ରୁଟି ବୋଲି ସଂସ୍ଥା କହିଥିବା ବେଳେ ଆଗକୁ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି।

ପ୍ୟୁପିଲସ୍‌ ରିପବ୍ଲିକ୍ ଚାଇନା (ପିଆରସି)ରେ ଗଣତନ୍ତ୍ର ଶାସନ ଲାଗି ୮୦ ଦଶକର ଶେଷ ବେଳକୁ ଉପୁଜିଥିବା ଛାତ୍ର ଆନ୍ଦୋଳନର ପ୍ରତୀକ ହେଉଛି ତିଆନାନମେନ୍ ଟ୍ୟାଙ୍କ ମ୍ୟାନ। ଆନ୍ଦୋଳନ ଚପାଇ ଦେବାକୁ ସରକାର ତିଆନାନମେନରେ ବିକ୍ଷୋଭକାରୀଙ୍କ ଉପରେ ଟ୍ୟାଙ୍କ ଚଢାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେନା କାର୍ଯ୍ୟାନୁଷ୍ଠାନ କାଳରେ ଟ୍ୟାଙ୍କ ଆଗରେ ଏହି ଏକାକୀ ପ୍ରଦର୍ଶନକାରୀ ଛିଡା ହୋଇଥିଲେ। ୪ଜୁନ ୧୯୮୯ ମସିହାର ଏହି ଗଣମାଧ୍ୟମ ଫଟୋଟି ଚୀନ ଏକଛତ୍ରବାଦୀଙ୍କୁ ସାରା ବିଶ୍ୱରେ ପଦାରେ ପକାଇଦେଇଥିଲା।

ଏହି ଫଟୋରୁ ଆନ୍ଦୋଳନ ଚପାଇ ଦେବାକୁ ତତ୍କାଳୀନ ଚୀନ୍‌ ସରକାର ହଜାର ହଜାର ଲୋକଙ୍କ ଉପରେ ଜୁଲୁମ କରିଥିବାର ଏକମାତ୍ର ପ୍ରମାଣ ହୋଇ ରହିଥିବା ବେଳେ ଏବେ ଫଟୋ ହିଁ ସର୍ଚ୍ଚ ଇଞ୍ଜିନରୁ ଗାୟବ ହୋଇଗଲାଣି। ଯାହା ସାରା ବିଶ୍ୱରେ ଗଣତନ୍ତ୍ର ପ୍ରେମୀ ଓ ମାନବାଧିକାର କର୍ମୀଙ୍କୁ ବ୍ୟାଥିତ କରିଛି। ଏ ନେଇ ବିଭିନ୍ନ ମଞ୍ଚରେ ତୀବ୍ର ସମାଲୋଚନା ପରେ ଶନିବାର ମାଇକ୍ରୋସଫ୍ଟ ମାମଲାରେ ମୁହଁ ଖୋଲିଥିବା ବେଳେ ଏହା ଏକ ଆକସ୍ମିକ ମାନବୀୟ ତ୍ରୁଟି ବୋଲି କହି ପ୍ରସଙ୍ଗକୁ ହାଲୁକା କରିବାକୁ ଉଦ୍ୟମ କରିଛନ୍ତି।

୧୯୮୯ ମସିହାର ଏହି ଘଟଣାରେ ଟ୍ୟାଙ୍କ ତଳେ ପ୍ରାଣବଳୀ ଦେଇଥିବା ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ମଧ୍ୟ ଚୀନ୍‌ରେ ଚିହ୍ନଟ କରାଯାଇ ନାହିଁ। ସାରା ବିଶ୍ୱବାସୀଙ୍କ ଲାଗି ଅଜଣା ଏହି ଦୁର୍ଦ୍ଦଶ ଗଣତନ୍ତ୍ର ପ୍ରେମୀ ଚୀନ୍‌ ସରକାରଙ୍କ ତାକତ ଆଗରେ ମଥାନତ କରିବା ବଦଳେ ଟ୍ୟାଙ୍କ ଚକତଳେ ପ୍ରାଣ ହରାଇବା ଶ୍ରେୟସ୍କର ମଣିଥିଲେ। ତେବେ ଘଟଣାର ୩୨ତମ ବାର୍ଷିକ ପାଳନ ବେଳେ ଅଚାନକ ସର୍ଚ୍ଚ ଇଞ୍ଜିନରୁ ଫଟୋ ଗାୟବ ହେବା କେବେବି ମାନବୀୟ ତ୍ରୁଟି ହୋଇ ନପାରେ ବୋଲି ହ୍ୟୁମାନ ରାଇଟ୍‌ ୱାଚ୍‌ଙ୍କ ନିର୍ଦ୍ଦେଶକ କେନେଥ ରଥ କହିଛନ୍ତି। ତେବେ ଲୋକଙ୍କ ଆପତ୍ତି ପରେ ଏବେ ପୁଣି ସର୍ଚ୍ଚ ଇଞ୍ଜିନରେ ଟ୍ୟାଙ୍କମ୍ୟାନ ଦେଖାଯାଉଥିବା ଜଣାପଡିଛି।   

   Related Posts