Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ହିନ୍ଦୁ ଝିଅକୁ ମୁସଲିମ ବୋହୂ ଦେଖାଇ ବିବାଦରେ ତନିଷ୍କ ବିଜ୍ଞାପନ, ବ୍ରାଣ୍ଡ୍‌ର ସମର୍ଥନରେ ଆସିଲେ ନେତା-ଅଭିନେତା

13/10/2020 at 7:20 PM

ନୂଆଦିଲ୍ଲୀ ୧୩।୧୦: ଟାଟା ଗ୍ରୁପର ପ୍ରସିଦ୍ଧ ଅଲଙ୍କାର ବ୍ରାଣ୍ଡ ତନିଷ୍କ ନିଜର ନୂତନ ବିଜ୍ଞାପନକୁ ନେଇ ବିବାଦ ଘେରରେ ରହିଛି। ବ୍ରାଣ୍ଡକୁ ସାମାଜିକ ଗଣାମଧ୍ୟମରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି। ଉଲ୍ଲେଖନୀୟ ପାର୍ବଣ ଋତୁ ପାଖେଇ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ତନିସ୍କ ନିଜର ପ୍ରମୋସନ ପାଇଁ ଏକ ବିଜ୍ଞାପନ ଜାରି କରିଛି। ଏହି ବିଜ୍ଞାପନଟି ଇଣ୍ଟରକାଷ୍ଟ ମ୍ୟାରେଜ୍‌ ଉପରେ ଆଧାରିତ।

ବିଜ୍ଞାପନରେ ଜଣେ ହିନ୍ଦୁ ଯୁବତୀ ମୁସଲିମ ଯୁବକଙ୍କୁ ବିବାହ କରୁଥିବା ଦେଖିବାକୁ ମିଳିଛି। ଏହାପରଠୁ ଟ୍ଵିଟରରେ ତନିଷ୍କକୁ ଟ୍ରୋଲ କରାଯାଉଛି। ଟ୍ଵିଟରରେ #BoycottTanishq ସହିତ ଅଳଙ୍କାରର ବ୍ରାଣ୍ଡକୁ ମଧ୍ୟ ବିରୋଧ କରାଯାଉଛି। ବିବାଦ ବଢିବା ପରେ ତନିଷ୍କ ଭିଡିଓକୁ ନିଜର ୟୁଟ୍ୟୁବ୍ ଚ୍ୟାନେଲରୁ ହଟାଇ ଦେଇଛି।

କଣ ରହିଛି ବିଜ୍ଞାପନରେ  ?

ତନିଷ୍କର ଏହି ପ୍ରମୋସନାଲ ବିଜ୍ଞାପନରେ ଜଣେ ହିନ୍ଦୁ ଯୁବତୀଙ୍କ ମୁସଲିମ ପରିବାରର ବୋହୂ ଭାବେ ଦେଖାଯାଇଛି। ହିନ୍ଦୁ ଯୁବତୀଙ୍କ ମୁସଲିମ ଘରେ ବିବାହ ହୋଇଛି ଏବଂ ପରେ ମହିଳାଙ୍କ ବେବି ଶାଓ୍ଵାରର ଉତ୍ସବ ପାଳନ କରାଯାଉଛି। ଏଥିରେ ହିନ୍ଦୁ ସଂସ୍କୃତିକୁ ଦୃଷ୍ଟିରେ ରଖି ମୁସଲିମ ପରିବାର ସବୁ ପ୍ରକାରର ରୀତି ନୀତି ହିନ୍ଦୁ ଧର୍ମ ହିସାବରେ ଆୟୋଜନ କରିଛନ୍ତି।

ବିଜ୍ଞାପନ ଶେଷ ଆଡକୁ ଗର୍ଭବତୀ ମହିଳା ନିଜର ଶାଶୁଙ୍କୁ ପଚାରୁଛନ୍ତି, ମା ଏହି ରୀତି ନୀତି ଆପଣଙ୍କ ଘରେ  ହୁଏ ନାହିଁ ନା ? ଉତ୍ତରରେ ଶାଶୁ କହୁଛନ୍ତି, କିନ୍ତୁ ଝିଅକୁ ଖୁସି ରଖିବା ପାଇଁ ଉତ୍ସବ ତ ପ୍ରତ୍ୟେକ ଘରେ ହୁଏ ନା ? ଭିଡିଓରେ ହିନ୍ଦୁ-ମୁସଲିମ ପରିବାରକୁ ଏକତ୍ର ଦେଖାଯିବାକୁ ଉଦ୍ୟମ କରାଯାଇଛି।

ସାମାଜିକ ଗଣମାଧ୍ୟମରେ ଏହି ବିଜ୍ଞାପନ ବିତର୍କର ପ୍ରସଙ୍ଗ ପାଲଟିଛି ଏବଂ ଲୋକେ ଏହି ବିଷୟରେ ଅନେକ ପ୍ରକାରର ଟିପ୍ପଣୀ କରୁଛନ୍ତି। କେହି ଏହାକୁ ଲଭ୍ ଜିଆଦକୁ ପ୍ରୋତ୍ସାହନ ଦିଆଯାଉଥିବା କହିଛନ୍ତି ତ କିଏ ଏହାକୁ  ଆଣ୍ଟି ହିନ୍ଦୁ କହୁଛନ୍ତି। ଲୋକଙ୍କ କହିବା କଥା କାହିଁକି କୌଣସି ବି ଧର୍ମ କି ଜାତି ବିନା କଣ ପାଇଁ ବିଜ୍ଞାପନ  ପ୍ରସ୍ତୁତ କରାଯାଉ ନାହିଁ।

ତନିଷ୍କର ଏହି ବିଜ୍ଞାପନ ବିରୋଧ ଉପରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଟ୍ଵିଟ୍ କରିଛନ୍ତି ଯେ, ହିନ୍ଦୁତ୍ଵ ବ୍ରିଗେଡ୍ ହିନ୍ଦୁ-ମୁସଲିମ ଏକତାକୁ ଅତି ସୁନ୍ଦର ଭାବେ ଦେଖାଇଥିବା ଏହି ବିଜ୍ଞାପନକୁ ବୟକଟ୍ କରିବାକୁ ଦାବି କରୁଛନ୍ତି। ଯଦି ହିନ୍ଦୁ-ମୁସଲିମ ଏକତ୍ରରେ ସେମାନଙ୍କୁ ଏତେ ଅସୁବିଧା ତେବେ ସେମାନେ ପୂରା ଦୁନିଆରେ ହିନ୍ଦୁ-ମୁସଲିମର ଏକତାର ପ୍ରତୀକ ଭାରତର କାହିଁକି ବୟକଟ୍ କରୁନାହାନ୍ତି। ଅନ୍ୟପଟେ କଂଗ୍ରେସ ନେତା ଅଭିଷେକ ସିଙ୍ଘଭି ବିଜ୍ଞାପନକୁ ବୟକଟ ଦାବି କରୁଥିବା ଲୋକଙ୍କୁ ସମାଲୋଚନା କରିଛନ୍ତି। ଅନେକ ପ୍ରସିଦ୍ଧ ଅଭିନେତା ମଧ୍ୟ ବ୍ରାଣ୍ଡର ସମର୍ଥନରେ ଆଗକୁ ଆସିଛନ୍ତି ଏବଂ ଟ୍ରୋଲର୍ସଙ୍କ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

   Related Posts