ଟାଙ୍ଗୀ ପୋଲିସ ଦ୍ବାରା ଦୁଇ ଠକ ଗିରଫ, ଜିଲ୍ଲାପାଳଙ୍କ ସେକେଣ୍ଡ ଅଫିସର ପରିଚୟ ଦେଇ ଠକୁଥିଲେ

Published By : Prameya-News7 Bureau | July 26, 2019 IST

ଟାଙ୍ଗୀ ୨୬|୭: ଟାଙ୍ଗୀ ପୋଲିସ ଦ୍ବାରା ୨ ଠକ ଗିରଫ ହୋଇଛନ୍ତି । ଜିଲ୍ଲାପାଳଙ୍କ ସେକେଣ୍ଡ ଅଫିସର ପରିଚୟ ଦେଇ ଏମାନେ ଲୋକଙ୍କଠାରୁ ଠକୁଥିଲେ । ଠକେଇ ଅଭିଯୋଗରେ ଦୀପକ ଭୋଇ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଆମେ ଜିଲ୍ଲାପାଳଙ୍କ ତଳ ପୋଷ୍ଟରେ କାମ କରୁଛି । ଟଙ୍କା ଦେଲେ ବାତ୍ୟା ଫୋନିରେ ଘରଭଙ୍ଗା ଟଙ୍କା କରାଇଦେବୁ କହି ଲୋକଙ୍କୁ ଠକୁଥିଲେ । ପୋଲିସ ଏହି ୨ ଠକଙ୍କ ଠାରୁ ସୁନା ଅଳଙ୍କାର ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.