ଲିଜା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍… ଦୁଷ୍କର୍ମ ଉଦ୍ୟମ ପରେ ହୋଇଥିଲା ହତ୍ୟା

Published By : Prameya-News7 Bureau | August 06, 2018 IST

ଟାଙ୍ଗୀ୬/୮: କଟକ ଜିଲ୍ଲା ଟାଙ୍ଗୀ ଥାନା ଅଧୀନରେ ଥିବା ସର୍ଦ୍ଦୋଳ ଗ୍ରାମ ଖରିପଡ଼ିଆରେ ଗତ ୩ ତାରିଖ ଦିନ ଘଟିଥିବା ଲିଜା ପ୍ରଧାନ ହତ୍ୟାକାଣ୍ଡର ପର୍ଦାଫାସ୍ କରିଛି ପୋଲିସ। ହତ୍ୟାକାରୀ ତିର୍ତୋଲ ଥାନା ଶଙ୍ଖେଶ୍ବର ଗ୍ରାମର ବାପିନା ଦାସ ବୋଲି ଜଣାପଡ଼ିଛି। ପୋଲିସ କହିବା ଅନୁସାରେ ମୃତା ଲିଜାର ସ୍ବାମୀ କାର୍ତ୍ତିକ ପ୍ରଧାନ ଏବଂ ହତ୍ୟାକାରୀ ବାପିନା ଗୋଟିଏ ମାଲିକର ଘୁଷୁରୀ ଫାର୍ମରେ କାମ କରୁଥିଲେ। ଗତ ୩ ତାରିଖରେ ଲିଜାର ସ୍ବାମୀ କାର୍ତ୍ତିକ ମାଲିକ ସନ୍ତୋଷ ଦାସଙ୍କ ଘରକୁ ଯାଇଥିବା ବେଳେ ଏକୁଟିଆ ପାଇ ବାପିନା ଲିଜାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେ ଏହାକୁ ତୀବ୍ର ବିରୋଧ କରିବା ସହିତ କାର୍ତ୍ତିକକୁ କହିଦେବ ବୋଲି ଧମକ ଦେଇଥିଲା। ପରେ ବାପିନା ରାଗିଯାଇ ନିକଟରେ ଥିବା କଟୁରୀରେ ଲିଜାର ବେକକୁ ଚୋଟ ପରେ ଚୋଟ ପକାଇଥିଲା। ଫଳରେ ଲିଜାର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପରେ ବାପିନା ସ୍ତ୍ରୀ ଗାଧୋଇ ସାରି ଆସି ଏଭଳି ଅବସ୍ଥା ଦେଖି ସବୁ ଜିନିଷ ଧୁଆ ଧୋଇ କରି ମାଲିକ ସନ୍ତୋଷ ଦାସ ଘରକୁ ଯାଇ ଲିଜାକୁ କେହି ମାରିଦେଇଥିବା କହିଥିଲା। ସୂଚନା ପାଇ ଟାଙ୍ଗୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସନ୍ଦେହରେ ବାପିନା, ତା ସ୍ତ୍ରୀ ଓ ଫାର୍ମ ମାଲିକକୁ ଅଟକ ରଖିଥିଲା ପୋଲିସ। ଆଜି ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆଇଆଇସି ଏହି ସୂଚନା ଦେଇଛନ୍ତି। ଗିରଫ ବାପିନାକୁ କୋର୍ଟ ଚାଲାଣ କରାଯାଇଛି।ବାପିନା ସ୍ତ୍ରୀ ଟିକିନାକୁ ମଧ୍ୟ ତଥ୍ୟ ଲୁଚାଇଥିବା ଅଭିଯୋଗ ରେ କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.