Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ଶଙ୍ଖ ଧରିଲେ ଟାଙ୍ଗରପାଲ୍ଲୀ ବ୍ଲକ୍ ଅଧ୍ୟକ୍ଷ ଜଟିଆ ମୁଣ୍ଡା

24/03/2019 at 11:51 AM

ଭୁବନେଶ୍ବର ୨୪|୩ : ସୁନ୍ଦରଗଡ ଟାଙ୍ଗରପାଲ୍ଲୀ ବ୍ଲକ୍ ଅଧ୍ୟକ୍ଷ ଜଟିଆ ମୁଣ୍ଡା ବିଜେଡିରେ ଯୋଗଦେଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଜଟିଆ ।

ସୁନ୍ଦରଗଡ ବିଧାନସଭା ଆସନ ପାଇଁ କଂଗ୍ରେସରୁ ଆଶାୟୀ ଥିଲେ ଜଟିଆ ମୁଣ୍ଡା । ତେବେ ସେଠାରେ ଜଟିଆଙ୍କୁ ଟିକେଟ୍ ନଦେଇ ହେମାନନ୍ଦ ବିଶ୍ବାଳଙ୍କ ସାନ ଝିଅ ଅମିତା ବିଶ୍ବାଳଙ୍କୁ ଦଳ ଟିକେଟ୍ ଦେଇଥିବା ଘୋଷଣା କରିଛି । ତେଣୁ କ୍ଷୁବ୍ଧ ହୋଇ ଜଟିଆ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଅମିତା ବିଶ୍ବାଳଙ୍କୁ ବିରୋଧ କରିବା ସହ କଂଗ୍ରେସରେ ପାରିବାରିକ ରାଜନୀତି ଚାଲିଥିବା ମଧ୍ୟ କହିଥିଲେ ।

   Related Posts