ଦର୍ଶକଙ୍କ ହୃଦୟ ଜିଣୁଛି ସୈଫଙ୍କ ଦମଦାର ଡାଇଲଗ୍, ତାଣ୍ଡବ ମଚାଉଛି ‘Tandav’ ଟ୍ରେଲର
4/01/2021 at 9:30 PM

ଭୁବନେଶ୍ବର ୦୪/୦୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କ ଓ୍ବେବ୍ ସିରିଜ୍ ‘ତାଣ୍ଡବ’ ପାଇଁ ଦର୍ଶକ ଅପେକ୍ଷା କରିଥିଲେ। ସୋମାବର ରିଲିଜ୍ ହୋଇଛି ‘ତାଣ୍ଡବ’ ଟ୍ରେଲର । ଟ୍ରେଲ୍ର ରିଲିଜ୍ ହୋଇଥିବା ବେଳେ ୟୁଟ୍ୟୁବ୍ରେ ଏବେ ସୁଦ୍ଧା ପାଖାପାଖି ୪୦ ଲକ୍ଷ ଭିଉ ହୋଇସାରିଛି। ଟ୍ରେଲରରେ ସୈଫ ଅଲୀ ଖାନ ଓ ଡିମ୍ପଲ କପାଡ଼ିଆ ଦମଦାର ରୋଲ୍ ପ୍ଲେ କରୁଥିବା ନଜର ଆସିଛନ୍ତି।
ଟ୍ରେଲରକୁ ଟିକିଏ ବିଶ୍ଳେଷଣ କଲେ ଜଣାପଡ଼ୁଛି ଫିଲ୍ମଟି ପ୍ରଧାନମନ୍ତ୍ରୀ ଆସନ ପାଇଁ ହେଉଥିବା ତାଣ୍ଡବ ଉପରେ ପର୍ଯ୍ୟବେସିତ ।ସତ୍ତାରେ ଥିବା ସମସ୍ତ ବ୍ୟକ୍ତିଙ୍କ ନଜର କେବଳ ପ୍ରଧାନମନ୍ତ୍ରୀ ଆସନ ଉପରେ ରହିଥିବା ମଧ୍ୟ କିଛି କିଛି ଟ୍ରେଲରୁ ବାରି ହେଉଛି। ତେବେ ଫିଲ୍ମର ପୂରା କାହାଣୀ ସିରିଜ୍ ଆସିବା ପରେ ଜଣାପଡ଼ିବ। ସିରିଜ୍ରେ ସୈଫ ଅଲ୍ଲୀ ଖାନ , ସମର ପ୍ରତାପ ସିଂହଙ୍କ ଭୂମିକାରେ ନଜର ଆସିଛନ୍ତି ଯିଏକି ପ୍ରଧାନମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି। ଅନ୍ୟପଟେ ଡିମ୍ପଲ କପାଡିଆ ମଧ୍ୟ ଏକ ମଜଭୁତ ଭୁମିକା ନିଭାଉଥିବା ଟ୍ରେଲରରୁ ଜଣାପଡ଼ୁଛି।
ଆମାଜନ ପ୍ରାଇମର ଏହି ଓ୍ବେବ ସିରିଜ୍ରେ ସୈଫ ଓ ଡିମ୍ପଲଙ୍କ ବ୍ୟତୀତ ସୁନୀଲ ଗ୍ରୋଭର, ଆୟୁବ ଖାନ, କୁମୁଦ ମିଶ୍ରା, ସାରା ଜେନ ଡିଆସ, ଡିନୋ ମୋର୍ଯ୍ୟା, ଅନୁପ ସୋନୀ, କୃତିକା କାମରା, ହିତେନ ତେଜବାନୀ, ଅମାୟାରା ଦସ୍ତୁର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ତାଣ୍ଡବ ଓ୍ବେବ ସିରିଜ୍ ୧୫ ଜାନୁଆରୀରେ ଆାମଜନ୍ ପ୍ରାଇମରେ ରିଲିଜ୍ ହେବ।