ବଦଳିବ ‘ତାଣ୍ଡବ’ର ବିବାଦୀୟ ସିନ୍‌, ପୁଣି ଥରେ କ୍ଷମା ମାଗିଲେ ଓ୍ବେବ୍‌ ସିରିଜ୍‌ର ନିର୍ମାତା

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯/୦୧: ଆକ୍ଟର ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଓ୍ବେବ୍‌ ସିରିଜ୍‌ ‘ତାଣ୍ଡବ’କୁ ନେଇ ବିବାଦ ଉଗ୍ରରୂପ ଧାରଣ କରିଛି। ସିରିଜ୍‌ରେ ହିନ୍ଦୁ ଦେବା-ଦେବୀଙ୍କୁ ଅପମାନ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ମେକର୍ସ କ୍ଷମା ମାଗିଥିଲେ। ଏହା ସହ ଏବେ ପ୍ରଯୋଜକ ସଂସ୍ଥା କହିଛି ଯେ, ଖୁବଶୀଘ୍ର ଓ୍ବେବ୍‌ ସିରିଜ୍‌ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେବେ ଏନେଇ ସିରିଜ୍‌ର ନିର୍ଦେଶକ ଅଲୀ ଆବାସ ଜାଫର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ଅଲୀ ଜାଫର ଟ୍ବିଟ୍‌ରରେ ଲେଖିଛନ୍ତି, ‘ଆମ ମନରେ ଦେଶବାସୀଙ୍କ ଭାବନା ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ଆମର ଲକ୍ଷ୍ୟ କୌଣସି ଜାତି, ସମୁଦାୟ , ଧର୍ମ , ଧାର୍ମିକ ସମୁଦାୟ, ରାଜନୈତିକ ଦଳ, ଜୀବିତ ବା ମୃତ ବ୍ୟକ୍ତିଙ୍କ ଭାବନାକୁ ଆଘାତ କରିବା ନୁହେଁ। ଏହି ମାମଲାରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରୁ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛୁ। ଯଦି ଓ୍ବେବ ସିରିଜ୍‌ କୌଣସି ବ୍ୟକ୍ତିଙ୍କୁ ଆଘାତ ଦେଇଛି ତେବେ ଆମେ ପୁଣି ଥରେ କ୍ଷମା ମାଗୁଛୁ।’

wp:embed {"url":"https://twitter.com/aliabbaszafar/status/1351528861494702080","type":"rich","providerNameSlug":"twitter","responsive":true,"className":""}
https://twitter.com/aliabbaszafar/status/1351528861494702080
/wp:embed

ଏହା ପୂର୍ବରୁ ତାଣ୍ଡବ ଓ୍ବେବ୍‌ ସିରିଜ୍‌କୁ ନେଇ ନିର୍ମାତା କ୍ଷମା ମାଗିଥିଲେ। ନିର୍ମାତାଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଥିଲା, ‘ ଆମର କୌଣସି ଜାତି, ବର୍ଣ୍ଣ, ଧର୍ମୀୟ ଭାବନାକୁ ଆଘାତ କରିବାର ଲକ୍ଷ୍ୟ ନୁହେଁ। ତାଣ୍ଡବର କ୍ରୁ ଲୋକଙ୍କ ଆପତ୍ତିକୁ ବିଶ୍ଳେଷଣ କରିଛି। ଯଦି କହାର ଭାବନାକୁ ‘ତାଣ୍ଡବ’ ଯୋଗୁଁ ଆଘାତ ମିଳିଛି ତେବେ ଆମେ କ୍ଷମା ମାଗୁଛୁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.