ଭଲ ଲୋକ ଏମିତି: ଡ୍ରାଇଭରଙ୍କ ଶେଷ ଯାତ୍ରାରେ ସାମିଲ ହେଲେ ନେତା, ମନ୍ତ୍ରୀ, ଆଇଏଏସ୍, ଆଇପିଏସ୍
30/01/2020 at 3:58 PM

ବାରମେର୍୩୦/୧: ଡ୍ରାଇଭରଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେଲେ ମାନ୍ୟଗଣ୍ୟ ବ୍ୟକ୍ତି। ମାତ୍ର ଟ୍ରକ ଡ୍ରାଇଭରଙ୍କ ଶବ ଯାତ୍ରାରେ ଆଇପିଏସ୍ ଓ ଆଇଏଏସ୍ ଅଧିକାରୀ ସାମିଲ ହେବା କଥା ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ତାଙ୍କର ବ୍ୟକ୍ତିତ୍ବ ତାଙ୍କୁ ଦେଇଥିଲା ଏକ ସ୍ବତନ୍ତ୍ର ପରିଚୟ। ଡ୍ରାଇଭରରୁ ନିଜର ଜୀବନ ସଂଘର୍ଷ ଆରମ୍ଭ କରି ସେ ବନି ଯାଇଥିଲେ ସମାଜସେବୀ। ତାଙ୍କ ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ତାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲା। ପୁଣି ଡ୍ରାଇଭର ବନି ଯାଇଥିଲେ ଗରିବଙ୍କ ମସିହା। ବୁଧବାରରେ ତନାସିଂହ ଚୌହାନଙ୍କ ମୃତ୍ୟୁ ହୋଇଛି। ନେତା, ମନ୍ତ୍ରୀ, ଆଇପିଏସ୍ ଓ ଆଇଏଏସ୍ ସମେତ ବହୁ ବରିଷ୍ଠ ବ୍ୟକ୍ତି ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି। ତନାସିଂହଙ୍କୁ ବାରମେରର ସହର ଜନକ ବୋଲି ମଧ୍ୟ କୁହାଯାଏ।

ରାଜସ୍ତାନର ବାରମେର ଜିଲ୍ଲାର ଜୁନା ଗାଁର ତନାସିଂହ ଚୌହାନ ଟ୍ରକ ଡ୍ରାଇଭରରୁ ଜଣେ ବଡ଼ ବ୍ୟବସାୟୀ ବନି ଯାଇଥିଲେ। ଧୀରେ ଧୀରେ ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ତନାସିଂହଙ୍କ ସଂପର୍କ ନିବିଡ଼ ହୋଇଥିଲା। ପୁଣି ଗରିବଙ୍କ ସମସ୍ୟା ପାଲିଟି ଯାଇଥିଲା ତାଙ୍କ ସମସ୍ୟା। ଗରିବଙ୍କୁ ସାହାଯ୍ୟ କରି ତାଙ୍କୁ ଆତ୍ମସନ୍ତୋଷ ମିଳେ ବୋଲି ତନାସିଂହ କହୁଥିଲେ। ସେ ରାଜନୀତି ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ ସତ ହେଲେ ରାଜନୀତିରୁ ବହୁ ଦୂରରେ ତନାସିଂହ ରହୁଥିଲେ। ତାଙ୍କୁ ସାହାଯ୍ୟ ମାଗିବାକୁ ଆସୁଥିବା ବ୍ୟକ୍ତି କେବେ ଖାଲି ହାତରେ ଫେରୁ ନଥିଲେ। ରାଜନୀତି ପାଇଁ ତନାସିଂହ କେବେ ସଭାସମିତି କରୁ ନଥିଲେ। କେବଳ ଗରିବ ଲୋକଙ୍କୁ ସାହାଯ୍ୟ ନିମନ୍ତେ ବହୁ ସଭା ସମିତି ଓ ବିଭିନ୍ନ କାର୍ଯ୍ୟକର୍ମ କରୁଥିଲେ।

ବୁଧବାରରେ ତନାସିଂହଙ୍କ ମୃତ୍ୟୁ ହୋଇଛି। ତାଙ୍କ ଅନ୍ତିମ ଯାତ୍ରାରେ ହଜାର ହାଜର ଲୋକ ସମିଲ ହୋଇଛନ୍ତି। ଏଥିସହ ରାଜସ୍ଥାନ ସରକାରର ବହୁ ମନ୍ତ୍ରୀ ଓ ବିଧାୟକ ମଧ୍ୟ ସାମିଲ ହୋଇଥିଲେ। ୧୦ ଆଇପିଏସ୍ ଅଧିକାରୀ ଓ ୪ ଆଇଏଏସ୍ ଅଧିକାରୀ ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି। ତାଙ୍କ ମୃତ୍ୟୁରେ ପୂରା ବାରମେର ସହରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।