ପାକିସ୍ତାନରେ ଟମାଟୋ ଦର କିଲୋ ପ୍ରତି ୨୦୦ ଟଙ୍କା ଛୁଇଁବାକୁ ବସିଲାଣି, ପାକିସ୍ତାନ ପରିବା ବଜାରରେ ନିଆଁ

Published By : Prameya-News7 Bureau | February 21, 2019 IST

ପୁଲଓ୍ଵାମା ପରେ ବିଗିଡ଼ି ଯାଇଛି ପାକିସ୍ତାନର ଅବସ୍ଥା ।  କେବଳ ସୀମାରେ ଉତ୍ତେଜନା ନୁହେଁ ସାଧାରଣ ଜୀବନ ବିଗିଡ଼ିଯାଇଛି ।  ଦୈନନ୍ଦିନ ଜୀବନରେ ସାଧାରଣଲୋକ ଏହାର କୁପରିମାଣ ଭୋଗିବାକୁ ପଡ଼ୁଛି ।

ପାକିସ୍ତାନ ପରିବା ବଜାରରେ ନିଆଁ । ପାକିସ୍ତାନର ସନ୍ତ୍ରାଦବାଦ କାର୍ଯ୍ୟକଳାପ ପାଇଁ  ସାଧାରଣଲୋକଂକୁ ସାମନା କରିବାକୁ ପଡ଼ୁଛି ବିଭିନ୍ନ ଅସୁବିଧା । ବର୍ତ୍ତମାନ ପାକିସ୍ତାନର ପରିବା ବଜାରରେ ଟମାଟୋ ଦର ୩୦୦ରେ ପହଂଚିବା କିଛି ବିଚିତ୍ର ଘଟଣା ନୁହେଁ । ଏଇକିଛି ଦିନ ମଧ୍ୟରେ ହୁ ହୁ ହୋଇ ବଢ଼ୁଛି ପରିବା ଦର । କେବଳ ଟମାଟୋ କାହିଁକି କାକୁଡ଼ି କିଲୋ ୮୦-୯୦ ଟଂକା ଥିବାବେଳେ ଭେଣ୍ଡି କିଲୋ ମଧ୍ୟ ୧୨୦ଟଂକାରେ ପହଂଚିଲାଣି । ସେହିପରି ଆଳୁ ୩୫ଟଂକା, ପିଆଜ ୩୦ଟଂକାରେ ପହଂଚିଲାଣି । ବର୍ତ୍ତମାନ ପାକିସ୍ତାନରେ ଟମାଟୋ ସାଧାରଣଭାବରେ ୧୮୦ ଟଂକା ମାତ୍ର କିଛିଦିନ ମଧ୍ୟରେ କଣ୍ଟା ଧରିଛି । କାରଣ ଭାରତରୁ ଯାଉଥିବା ପରିବାପତ୍ର ପାକିସ୍ତାନକୁ ମନା କରିଦେବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ମଧ୍ୟପ୍ରଦେଶର ଚାଷୀସଂଘ ପାକିସ୍ତାନକୁ କୌଣସି ପରିବାପତ୍ର ଦେବାକୁ ମନାକରିଛି ।

 ମଧ୍ୟପ୍ରଦେଶରେ ମଧ୍ୟ ଅଧିକ ପରିମାଣରେ ଟମାଟୋ ଚାଷ ହୋଇଥାଏ । ପାକିସ୍ତାନ ମଧ୍ୟ ସଂପୂର୍ଣଭାବେ ଟମାଟୋ ପାଇଁ ମଧ୍ୟପ୍ରଦେଶ ଉପରେ ନିର୍ଭର କରିଥାଏ । ପୁଲଓ୍ଵାମା ଘଟଣା ପରେ ମଧ୍ୟପ୍ରଦେଶର ପରିବା ସଂଘ ଏହି ପଦକ୍ଷେପ ନେଇଥିବା କଥା ପ୍ରକାଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.