Good governance index ଶୀର୍ଷରେ ତାମିଲନାଡୁ, ଚତୁର୍ଦ୍ଦଶତମ ସ୍ଥାନରେ ଓଡିଶା

Published By : Prameya-News7 Bureau | December 26, 2019 IST

ନୂଆଦିଲ୍ଲୀ ୨୬।୧୨: କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ଗୁରୁବାର ଗୁଡ ଗଭର୍ଣ୍ଣାନ୍ସ ସୂଚକାଙ୍କ (ଜିଜିଆଇ) ଜାରି କରିଛନ୍ତି। ଏଥିରେ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ ସୁଶାନରେ ସୂଚୀର ପ୍ରଥସ୍ଥାନ ଅଧିକାର କରିଛି। ସୁଶାସନରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଛତିଶଗଡକୁ ସୂଚକାଙ୍କର ଚତୁର୍ଥସ୍ଥାନ ମିଳିଥିବା ବେଳେ ଆନ୍ଧ୍ରପ୍ରଦେଶକୁ ୫ମ, ଗୁଜରାଟକୁ ଷଷ୍ଠ, ହରିୟାଣା ସପ୍ତମ ଓ କେରଳ ଅଷ୍ଟମ ସ୍ଥାନରେ ରହିଛି।

{"id":203054,"sizeSlug":"large"}

ଏଥିରେ ମଧ୍ୟପ୍ରଦେଶ ନବମ ସ୍ଥାନରେ ଥିବା ବେଳେ ପଶ୍ଚିମବଙ୍ଗ ୧୦ମ, ତେଲେଙ୍ଗାନା ଏକାଦଶ, ରାଜସ୍ଥାନ ଦ୍ୱାଦଶ, ପଞ୍ଜାବ ତ୍ରୟୋଦଶ, ଓଡିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ବିହାରକୁ ପଞ୍ଚଦଶତମ ସ୍ଥାନ ମିଳିଥିବା ବେଳେ ଗୋଆ ଷୋଡଶ, ଉତ୍ତରପ୍ରଦେଶ ସପ୍ତଦଶ ଓ ଝାରଖଣ୍ଡ ଅଷ୍ଟାଦଶ ସ୍ଥାନରେ ରହିଛି। ସେହିପରି ପାର୍ବତ୍ୟାଞ୍ଚଳ ରାଜ୍ୟଙ୍କ ସୂଚୀରେ ହିମାଚଳ ପ୍ରଦେଶ ସୁଶାସନ ଲାଗି ଶୀର୍ଷ ସ୍ଥାନରେ ରହିଛି। ପଛକୁ ଦ୍ୱିତୀୟ ସ୍ଥାନରେ ଉତ୍ତରାଖଣ୍ଡ ଥିବା ବେଳେ ତୃତୀୟରେ ମିଜୋରାମ, ସିକ୍କିମ ଚତୁର୍ଥ, ଆସମ ପଞ୍ଚମ, ଜମ୍ମୁ-କାଶ୍ମୀର ଷଷ୍ଠ, ମଣିପୁର ସପ୍ତମ, ମେଘାଲୟ, ଅଷ୍ଟମ, ନାଗାଲ୍ୟାଣ୍ଡ ନବମ ଓ ଅରୁଣାଚଳ ପ୍ରଦେଶ ୧୦ମ ସ୍ଥାନରେ ଅଛନ୍ତି।

{"id":203055,"width":568,"height":364,"sizeSlug":"large"}

ଏହି ରାଙ୍କିଙ୍ଗରେ ରାଜ୍ୟ,  କେନ୍ଦ୍ରଶାସିତ ପ୍ରଦେଶ ଓ ପାର୍ବତ୍ୟାଞ୍ଚଳରେ ବିଭକ୍ତ କରାଯାଇଛି। ଏଥିରେ କେନ୍ଦ୍ର ଶାସିତ ପ୍ରଦେଶରେ ପୁଡୁଚେରୀ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଚଣ୍ଡିଗଡ, ତୃତୀୟରେ ଦିଲ୍ଲୀ, ଡାମନ  ଓ ଡ୍ୟୁ ଚତୁର୍ଥ, ଆଣ୍ଡାମାନ ଓ ନିକୋବର ଆଇଲ୍ୟାଣ୍ଡ ପଞ୍ଚମ, ଦାଦର ଓ ନଗର ହାଭେଲି ଷଷ୍ଠ ଏବଂ ଲକ୍ଷଦ୍ୱୀପକୁ ସପ୍ତମ ସ୍ଥାନ ମିଳିଛି। ମନ୍ତ୍ରାଳୟ ଅନୁସାରେ ରାଜ୍ୟମାନଙ୍କର ସୁଶାସନର ନିରପେକ୍ଷ ଆକଳନ ନିମନ୍ତେ ଏପର୍ଯ୍ୟନ୍ତ କୌଣସି ଏକ ସମାନ ମାନଦଣ୍ଡ ନାହିଁ। ତେବେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ନେଉଥିବା ବିଭିନ୍ନ ପଦକ୍ଷେପର ପ୍ରଭାବକୁ ଆକଳନ କରିବା ଲାଗି ଏକ ମାନଦଣ୍ଡ ପ୍ରସ୍ତୁତି ଦିଗରେ ଏହା ଏକ ପ୍ରୟାଶମାତ୍ର ବୋଲି କୁହାଯାଇଛି।

{"id":203056,"sizeSlug":"large"}

ସେହିପରି ରାଙ୍କିଙ୍ଗ ବିଭିନ୍ନ କ୍ଷେତ୍ର ଯେପରି କୃଷି, ଉଦ୍ୟୋଗ ଆଦିକୁ ମଧ୍ୟ ସୂଚକାଙ୍କ ପ୍ରସ୍ତୁତିରେ ଉପଯୋଗ କରାଯାଇଛି। ଏଥିରେ ଆକାର ଅନୁସାରେ ବଡ ରାଜ୍ୟ ଶ୍ରେଣୀରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ରାଜସ୍ଥାନ ଓ ଛତିଶଗଡ କ୍ରମଶଃ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ବାଣିଜ୍ୟ ଓ ଉଦ୍ୟୋଗ କ୍ଷେତ୍ରରେ ଝାରଖଣ୍ଡ ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଅଛନ୍ତି। ସାମାଜିକ କାର୍ଯ୍ୟକ୍ରମରେ ଦେଶର ଛତିଶଗଡ ପ୍ରଥମ ସ୍ଥାନରେ ଥିବା ବେଳେ କୃଷି ଉତ୍ପାଦନ ଓ ଉପାର୍ଜନରେ ଛତିଶଗଡ ତୃତୀୟ ସ୍ଥାନରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.