Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ମୌସୁମୀ ପ୍ରଥମ ବର୍ଷାରେ ପରିସ୍ଥିତି ସଙ୍ଗିନ : ଚେନ୍ନାଇରେ ରେଡ ଆଲର୍ଟ, ପୁଡୁଚେରୀରେ ଶିକ୍ଷାନୁଷ୍ଠାନ ବନ୍ଦ, ଆନ୍ଧ୍ର ଲାଗି ଚେତାବନୀ ଜାରି

9/11/2021 at 6:33 PM

ଚେନ୍ନାଇ ୯।୧୧:  ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ସମେତ କେନ୍ଦ୍ରଶାସିତ ରାଜ୍ୟ ପୁଡୁଚେରୀ ଏବେ ବର୍ଷାରେ ବେହାଲ। ପାଣିପାଗ ବିଭାଗ ଡିଜି ଜିଏମ୍ ଡ.ଏସ୍. ବାଲଚନ୍ଦ୍ରନ ମଙ୍ଗଳବାର ତାମିଲନାଡୁର ପୁଡୁକୋଟ୍ଟଇ, ରମନ୍ଥାପୁରମ, କରଇକାଲ ଲାଗି ରେଡଆଲର୍ଟ ଜାରି ହୋଇଥିବା କହିଛନ୍ତି। ସେହିପରି ବୁଧବାର କୁଡାଲୋର, ଭିଲ୍ଲୁପୁରମ, ଶିବଗଙ୍ଗା, ରମନ୍ଥାପୁରମ ଓ କରଇକାଲ ଜିଲ୍ଲା ଲାଗି ରେଡ ଆଲର୍ଟ ଜାରି କରାଯାଇଛି। ସେପଟେ ପୁଡୁଚେରୀ ଶିକ୍ଷାମନ୍ତ୍ରୀ ଏ.ନମଃ ଶିବାୟ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ୧୦ ଓ ୧୧ ନଭେମ୍ବର ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି।

ପାଣିପାଗ ବିଭାଗ ଆକଳନରେ ଏବେ ଆନ୍ଧ୍ରପ୍ରଦେଶ ଲାଗି ବର୍ଷା ସଂକଟ ଘନେଇବାରେ ଲାଗିଛି। ବିଭାଗଙ୍କ ଅନୁସାରେ ବୁଧବାର ଓ ଗୁରୁବାର ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷା ହେବ। ଏଣୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ସଲଗ୍ନ ସମୁଦ୍ରରେ ମାଛମାରି ନ ଯିବା ଲାଗି ମତ୍ସ୍ୟଜୀବିଙ୍କୁ ସତର୍କ କରାଯାଇଛି। ସେପଟେ ବର୍ଷା ସମ୍ପର୍କିତ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଙ୍ଗଳବାର ୫କୁ ପହଞ୍ଚିଥିବା ଜଣାପଡିଛି।

ରାଜଧାନୀ ଚେନ୍ନାଇ ସମେତ ବିଭିନ୍ନ ଅଞ୍ଚଳରେ ଜାରି ବର୍ଷା ଯୋଗୁ ଅନୁନ୍ୟ ୬୦ଟି ଘର ପ୍ରଭାବିତ ହୋଇଥିବା କୁହାଯାଇଛି। ଭୀଷଣ ବର୍ଷା ଯୋଗୁ ବନ୍ୟା ଓ ପାଣି ଜମି ଉପୁଜିଥିବା ପରିସ୍ଥିତିରେ ଏନଡିଆରଏଫ ଟିମଙ୍କୁ ମୁତୟନ ରଖା ଯାଇଛି। ରାଜ୍ୟରେ ୧୪ଟି ଜିଲ୍ଲା ଲାଗି ମଙ୍ଗଳବାର ଅରେଞ୍ଜ ଆଲର୍ଟ ଜାରି ହୋଇଛି। ପାଣିପାଗ ବିଭାଗଙ୍କ ଅନୁସାରେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଲଗ୍ନ କ୍ଷେତ୍ରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। 

ଯଦି ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ ୧୧ ତାରିଖ ପୂର୍ବାହ୍ନ ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଉପକୂଳକୁ ପହଞ୍ଚିବ। ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି। ଏମିତିରେ ତାମିଲନାଡୁ ଚାଷ ଲାଗି ଉତ୍ତର-ପୂର୍ବ ମୌସୁମୀକୁ  ଅପେକ୍ଷା କରି ରହିଥାଏ। ରାଜ୍ୟକୁ ପୂର୍ବା ପବନ ସାଧାରଣତଃ ଅକ୍ଟୋବର ୧୦ରୁ ୨୦ ତାରିଖ ବେଳକୁ ପ୍ରବାହିତ ହେବା ସହ ମୌସୁମୀ ସକ୍ରିୟ ହୋଇଥାଏ। ଏହି ମୌସୁମୀ ତାମିଲନାଡୁ ଓ ସଲଗ୍ନ ରାଜ୍ୟଙ୍କୁ ପର୍ଯ୍ୟାପ୍ତ ବର୍ଷା ଦେଇଥାଏ। ଚଳିତବର୍ଷ ରାଜ୍ୟକୁ ଉତ୍ତର-ପୂର୍ବ ମୌସୁମୀ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଥିଲେ ହେଁ ଆରମ୍ଭରୁ ଭୀଷଣ ବର୍ଷା ଜାରି ରହିବା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ତାମିଲନାଡୁ ବ୍ୟତୀତ ଦେଶର ଅନ୍ୟ ରାଜ୍ୟମାନେ ଦକ୍ଷିଣ-ପଶ୍ଚିମ ମୌସୁମୀ ଉପରେ ନିର୍ଭର କରିଥାନ୍ତି। ଯାହା ଦେଶରେ ମେ, ଜୁନ ଓ ଜୁଲାଇରେ ସକ୍ରିୟ ରହିଥାଏ।  

   Related Posts