ସେକ୍ସ୍ ଓ୍ୱାର୍କରଙ୍କ ବଦଳିଛି କାରବାର: ଭିଡିଓ କଲ୍, ଗୁଗଲ ପେ' ହାଇଟେକ୍ ତରିକାରେ ତାମିଲନାଡୁ ଦେହଜୀବୀ ଜାରି ରଖିଛନ୍ତି ବୃତ୍ତି

Published By : Prameya-News7 Bureau | May 30, 2020 IST

ଚେନ୍ନାଇ, ୩୦|୦୫:  ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଜାରି ରହିଛି । ଏହି ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ଏହି ସମୟରେ ଦେହ ବ୍ୟବସାୟ ମଧ୍ୟ ମାନ୍ଦା ହୋଇପଡିଛି । ତେଣୁ ଦେହଜୀବୀମାନେ ନୂଆନୂଆ ଉପାୟ ଅବଲମ୍ଭନ କରୁଛନ୍ତି । ସେମାନେ ଅଫଲାଉନ୍ ବଦଳରେ ଏବେ ଅନଲାଇନରେ କାରବାର ଆରମ୍ଭ କରିଛନ୍ତି । ଏହାକୁ ନେଇ ନିଜର କିଛି ଅନୁଭୂତି ବାଣ୍ଟିଛନ୍ତି ତାମିଲନାଡୁର ଜଣେ ଦେହଜୀବୀ ।

ତାମିଲନାଡୁର ୩୫ ବର୍ଷୀୟା ଦେହଜୀବୀ ଲକ୍ଷ୍ମୀ(ଛଦ୍ମନାମ) କହିଛନ୍ତି ଯେ, ତାଙ୍କ ସନ୍ତାନମାନେ ଶୋଇବା ପରେ ସେ ଅନଲାଇନରେ ଦେହ ବ୍ୟବସାୟ ଆରମ୍ଭ କରନ୍ତି । ମେକଅପ୍ ନେବା ପରେ ସେ ଲାଇଭ୍ ଚାଟ୍ ଅନ୍ କରନ୍ତି । ଏହାପରେ କ୍ଲାଇଣ୍ଟମାନଙ୍କ ସହ ଯୋଗଯୋଗ କରନ୍ତି ।  

{"id":278533,"width":684,"height":384,"sizeSlug":"large"}

ଏହି ସମୟରେ ତାଙ୍କୁ ଅଧିକ ଆୟ କରିବାରେ ଅସୁବିଧା ହେଉଚି । ଗ୍ରାହକଙ୍କ ସହ ହାଣ୍ଡ୍ ସେକ୍ ମଧ୍ୟ କରିହେଉ ନାହିଁ । କିଛି ସପ୍ତାହ ପୂର୍ବରୁ ତାଙ୍କର ଜଣେ ବାନ୍ଧବୀ ଅନଲାଇନ୍ ଦେହବ୍ୟବସାୟ ବାବଦରେ ତାଙ୍କୁ ସୂଚନା ଦେଇଥିଲେ । ଏହା ଅଧିକ ଅର୍ଥ ପ୍ରଦାନ କରୁନଥିଲେ ମଧ୍ୟ କିଛି ମାତ୍ରାରେ ଉପଯୋଗୀ ସାବ୍ୟସ୍ତ ହେଉଛି ।

ଅଧିକରୁ ଅଧିକ ଦେହଜୀବୀ ଏହି ସମୟରେ ହ୍ୱାଟସଆପ୍ ଭିଡିଓ କଲ୍ ଜରିଆରେ ଅନଲାଇନ୍ ଦେହ ବ୍ୟବସାୟ ଚଳାଇଛନ୍ତି । ଗ୍ରାହକମାନେ ମଧ୍ୟ ଅନଲାଇନରେ ସେମାନଙ୍କୁ ଟଙ୍କା ପଇଠ କରୁଛନ୍ତି ।  ଯଦି କେହି ଗ୍ରାହକ ପେମେଣ୍ଟ ନକରନ୍ତି ସେମାନଙ୍କୁ ଦେହଜୀବୀଙ୍କ ମୋବାଇଲ ଫୋନ ରିଚାର୍ଜ କରିବାକୁ ପଡିଥାଏ ।

ସେ ଆହୁରି କହିଛନ୍ତି ଯେ, ଗ୍ରାହକଙ୍କ ପସନ୍ଦ ଅନୁସାରେ ସର୍ଭିସ୍ ଦିଆଯାଏ । ଯଦି କେଉଁ ଦେହଜୀବୀ ଅଧିକ ସୁନ୍ଦର ଥାଆନ୍ତି ତେବେ ସେ ଅଧିକ ଟଙ୍କା ଡିମାଣ୍ଡ୍ କରନ୍ତି ।    ତେବେ ଏହି ଫୋନ୍ ସେକ୍ସରେ କମ୍ ଆୟ ହୋଇଥାଏ । ରାଜ୍ୟରେ ଅନେକ ଦେହଜୀବୀ ଥିଲେ ମଧ୍ୟ ସେମାନଙ୍କ ପରିଚୟ ଗୋପନୀୟ ରଖାଯାଏ । କାରଣ ଏଠାରେ କୌଣସି ରେଡ୍ ଲାଇଟ୍ ଅଞ୍ଚଳ ନାହିଁ । ଏମାନଙ୍କ ମଧ୍ୟରୁ କିଛି ଦେହଜୀବୀ ଅଣ୍ଡା ବେପାର ମଧ୍ୟ କରନ୍ତି । ଏଥିରୁ ବହୁତ କମ ଆୟ ହୋଇଥାଏ । ସେହିପରି ତୃତୀୟ ଲିଙ୍ଗୀ ଦେହଜୀବୀଙ୍କ କାରବାର ଆହୁରି ପ୍ରଭାବିତ ହୋଇଛି ।

ଏକ ଏନଜିଓର ମୁଖ୍ୟ ରାଜେଶ ଉମା ଦେବୀ କହିଛନ୍ତି ଯେ, ତୃତୀୟ ଲିଙ୍ଗୀ ଦେହଜୀବୀମାନେ ମଧ୍ୟ ଅନଲାଇନ୍ ଦେହ ବ୍ୟବସାୟକୁ ଗୁରୁତ୍ୱ ଦେଉଛନ୍ତି । ସେମାନେ ଫୋନ ଯୋଗେ ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି । ଏନଜିଓ ତରଫରୁ ସେମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.