Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||
  • କଟକ : ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||

‘ସେକ୍ସ ବଦଳରେ’ ଡିଗ୍ରି ଦେଉଥିଲେ ଏହି ପ୍ରଫେସର, ଗିରଫ ହେବାର ୧୧ ମାସ ପରେ କୋର୍ଟ ମଞ୍ଜୁର କରିଛନ୍ତି ଜାମିନ, ଜାଣନ୍ତୁ କ’ଣ ରଖିଛନ୍ତି ସର୍ତ୍ତ

4/11/2019 at 7:18 PM

ଚେନ୍ନାଇ:  ଏକ ଚାଞ୍ଚଲ୍ୟକର ସେକ୍ସ ସ୍କାଣ୍ଡାଲରେ ଗିରଫ ହୋଇଥିବା ଜନୈକା ମହିଳା କଲେଜ ପ୍ରଫସରଙ୍କୁ ଗିରଫ ହେବାର ୧୧ ମାସ ପରେ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ମାଡ୍ରାସ୍ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚର ଜଷ୍ଟିସ ଏନ.କିରୁବାକରଣ ଓ ଜଷ୍ଟିସ୍ ଏସ.ଏସ୍.ସୁନ୍ଦର ପ୍ରଫେସର ନିର୍ମଳା ଦେବୀଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ପ୍ରଫେସର ନିର୍ମଳା ଦେବୀ ତାଙ୍କ କଲେଜର ଛାତ୍ରୀମାନଙ୍କୁ ପରୀକ୍ଷାରେ ଅଧିକ ନମ୍ବର ପାଇବା ଲାଗି ମଦୁରାଇ କାମରାଜ ୟୁନିଭର୍ସିଟିର ଅଧିକାରୀମାନଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନା ଲାଗି ପ୍ରବର୍ତ୍ତାଇଥିବାର ଅଭିଯୋଗ ହୋଇଥିଲା।  

ତେବେ ପ୍ରଫେସରଙ୍କୁ ଜାମିନ ମଞ୍ଜୁର କରାଯିବାରେ କୌଣସି ଆପତ୍ତି ନଥିବା ସରକାରୀ ଓକିଲ କୋର୍ଟଙ୍କୁ କହିବା ପରେ ମାମଲାର ତଦନ୍ତରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବା ଓ ଗଣମାଧ୍ୟମରେ କୌଣସିପ୍ରକାର ବୟାନବାଜୀ ନ କରିବା ସର୍ତ୍ତରେ ନିର୍ମଳା ଦେବୀଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ନିର୍ମଳାଦେବୀ ଦେବାଙ୍ଗ ଆର୍ଟସ କଲେଜର ପ୍ରଫେସରଥଲେ। ତେବେ ଏକ ଅଡିଓ କ୍ଲିପ ଭାଇରାଲ ହେବା ପରେ ପୋଲିସ ଗତ ଏପ୍ରିଲ ୧୬ ତାରିଖରେ ନିର୍ମଳା ଦେବୀଙ୍କୁ ଗିରଫ କରିଥିଲା। ମାମଲାର ପ୍ରାରମ୍ଭିକ ଯାଞ୍ଚ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା।

ଅଡିଓ କ୍ଲିପ ଭାଇରାଲ ହେବା ପରେ କଲେଜର ଏକ ମହିଳା ଫୋରମ ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଥିଲା। ତେବେ ନିର୍ମଳା ଦେବୀଙ୍କ ଗିରଫ ପୂର୍ବରୁ କଲେଜ ମମଲାର ଇଟରନାଲ ଯାଅଚ କରି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲା। ନିର୍ମଳାଙ୍କ ସୂଚନା ଆଧାରରେ  ପୋଲିସ ଆସିଷ୍ଟାଣ୍ଟ ପ୍ରଫେସର ବି.ମୁରୁଗାନ ଓ ରିସର୍ଚ୍ଚ ଛାତ୍ର କରୁପ୍ପା ସାମୀଙ୍କୁ ବି ଗିରଫ କରିଥିଲା। ତେବେ ମୁରୁଗାନ ଓ କୁରୁପ୍ପାଙ୍କୁ ପୂର୍ବରୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ନିର୍ମଳା ଦେବୀଙ୍କୁ କିନ୍ତୁ ଜାମିନ ଦିଆଯାଉନଥିଲା। ଗତ ସେପ୍ଟେମ୍ବର ମାସରେ ମାମଲାର ଯାଞ୍ଚ କରୁଥିବା ସିବି-ସିଆଇଡି କୋର୍ଟରେ ୨ସହ ପୃଷ୍ଠାର ଅଭିଯୋଗପତ୍ର ଦାଖଲ କରିଥିଲେ।  

   Related Posts