Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତାମିଲନାଡୁରେ ସାମ୍ନାକୁ ଆସିଲା ୯୬ ନୂତନ କେସ୍, କେବଳ ୮୪ ତବଲିଗି ଜମାତ ସହ ଜଡିତ

9/04/2020 at 9:01 PM

ନୂଆଦିଲ୍ଲୀ ୦୯।୦୪: ତାମିଲନାଡୁରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି ଘଟିଛି। ୨୪ ଘଣ୍ଟାରେ ରାଜ୍ୟର ୯୬ କେସ୍ ସାମ୍ନାକୁ ଆସିଛି, ଏଥିରେ ୮୪ ସଂକ୍ରମିତ କେବଳ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ତବଲିଗି ଜମାତ କାର୍ଯ୍ୟକ୍ରମ ସହ ଜଡିତ। ତାମିଲନାଡୁରେ ୨୪ ଘଣ୍ଟାରେ ୨୭ ଜଣଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ଦେଶରେ ୨୪ ଘଣ୍ଟାରେ ୫୯୧ ନୂତନ କେସ୍ ସାମ୍ନାକୁ ଆସିଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ସଂକ୍ରମିତଙ୍କ ସଂଖ୍ୟା ୫୮୬୫କୁ ବୃଦ୍ଧି ଘଟିଛି। ଏହି ମହାମାରୀରେ ୧୬୯ ଜଣଙ୍କ ମୃତ୍ୟୁ ଘଟିଛି। ୪୭୮ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହା ପୂର୍ବରୁ ବୁଧବାର ତାମିଲନାଡୁରେ ୪୮ ନୂତନ ମାମଲା ସାମ୍ନାକୁ ଆସିଥିଲା। ଏହି ୪୮ ଜଣଙ୍କ ମଧ୍ୟରୁ ୪୨ ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ଆୟୋଜିତ ଧାର୍ମିକ ସମାରୋହରେ ଯୋଗ ଦେଇଥିଲେ। ରାଜ୍ୟ ସ୍ଵାସ୍ଥ୍ୟ ସଚିବ ବିଲା ରାଜେଶ କହିଛନ୍ତି ଯେ, ସରକାରଙ୍କ ଉଦ୍ଦେଶ୍ୟ କରୋନା ଭାଇରସର ସଂକ୍ରମଣ ତୃତୀୟ ପର‌୍ୟ୍ୟାୟରେ ପ୍ରବେଶ କରିବା ରୋକିବା। ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ଏହି ଦିଗରେ କାମ କରୁଛନ୍ତି।

   Related Posts