ଯୁବପିଢୀ ହେଉଛନ୍ତି ପଥଭ୍ରଷ୍ଟ : ବନ୍ଦ ହେବ ‘ ଟିକ୍ ଟକ୍’ ଆପ୍ !

Published By : Prameya-News7 Bureau | February 13, 2019 IST

ସୋସିଆଲ ମିଡିଆରେ ଆଜିକାଲି ନୂଆ ନୂଆ ଭିଡିଓ ସବୁ ଦେଖିବାକୁ ମିଳୁଛି । ସେଥିରୁ କେତେକ ଭିଡିଓ ମଜାଳିଆ ହୋଇଥିବାବେଳେ ଆଉ କେତେକ ଭିଡିଓରେ ଅଶ୍ଳୀଳତା ଭରପୁର ରହୁଛି । ଏସବୁ ମଧ୍ୟରେ ‘ଟିକ୍ ଟକ୍’ ଭିଡିଓ ବେଶୀ ଦେଖିବାକୁ ମିଳୁଛି । ଏହି ‘ଟିକ୍ ଟକ୍’ ଆପ୍ ଦ୍ବାରା ମଧ୍ୟ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଏହି ଆପ୍ ର ପ୍ରମୋସନାଲ ଭିଡିଓ ମଧ୍ୟ ଫେସବୁକ୍ ରେ ସହଜରେ ଉପଲବ୍ଧ ହେଉଛି । ଏହି କାରଣରୁ ଏହି ଆପ୍ ଲୋକପ୍ରିୟ ମଧ୍ୟ ହେଉଛି ।

‘ଟିକ୍ ଟକ୍’ ଆପ୍ କାରଣରୁ ବୃଦ୍ଧି ପାଉଥିବା ଅଶ୍ଳୀଳ ଭିଡିଓକୁ ରୋକିବା ଲାଗି ତାମିଲନାଡୁ ସରକାର ଏହାକୁ ବ୍ୟାନ୍ କରିବାକୁ ଦାବି କରିଛନ୍ତି । ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର ‘ଟିକ୍ ଟକ୍’ ସହ କ୍ବାଇ, ଲାଇଭ୍ ମି, ଲାଇକ୍, ହେଲୋ, ଓ୍ବି ଲାଇକ୍ ଭଳି ଆପ୍ କୁ ବନ୍ଦ କରିବାକୁ ମଧ୍ୟ ଦାବି କରିଛନ୍ତି । ସେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏ ନେଇ ଏକ ଚିଠି ମଧ୍ୟ ଲେଖିଛନ୍ତି ।  

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏମ.ମଣିକନ୍ଦନ କହିଛନ୍ତି ଯେ, ତାମିଲନାଡୁ ସରକାର ‘ଟିକ୍ ଟକ୍’ ଆପ୍ ଉପରେ ରୋକ୍ ଲଗାଇବାକୁ ଚାହୁଁଛନ୍ତି । ଏହି ଆପ ଦ୍ବାରା ତାମିଲ ସଂସ୍କୃତି କ୍ଷୁର୍ଣ୍ଣ ହେଉଥିବାର ଅଭିଯୋଗ ହେଉଛି । ‘ଟିକ୍ ଟକ୍’ କୁ ବ୍ୟାନ୍ କରିବା ପାଇଁ ଦାବି ହେଉଛି। 

ଏହି ଆପ୍ ଜରିଆରେ ଯୁବକ, ଯୁବତୀ, ଛୋଟପିଲା ମଧ୍ୟ ନିଜ ନିଜର ଭିଡିଓ କରି ଅପଲୋଡ୍ କରୁଛନ୍ତି । ସାରା ଦେଶରେ ଏଭଳି ଭିଡିଓ ଦିନକୁ ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି ।

wp:html
/wp:html wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.