Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ୫୯ରୁ ୬୦ ବର୍ଷକୁ ବଢିଲା ଅବସର ବୟସ ସୀମା, ତାମିଲନାଡୁ ସରକାର କଲେ ବଡ ଘୋଷଣା

26/02/2021 at 10:02 AM

ଚେନ୍ନାଇ, ୨୬/୦୨ତାମିଲନାଡୁ ସରକାର ସରକାରୀ କର୍ମଚାରୀଙ୍କ ଅବସର ସମୟସୀମାକୁ ବୃଦ୍ଧି କରିଛନ୍ତି । ଏବେ ସରକାରୀ କର୍ମଚାରୀ ୫୯ ବର୍ଷ ବଦଳରେ ୬୦ ବର୍ଷ ବୟସ ମଧ୍ୟରେ ଅବସର ନେଇପାରିବେ । ମୁଖ୍ୟମନ୍ତ୍ରୀ କେ ପଲ୍ଲାନିସ୍ୱାମୀ ରାଜ୍ୟ ବିଧାନସଭାରେ ଏନେଇ ଘୋଷଣା କରିଛନ୍ତି ।

ସୂଚନାନୁସାରେ, କେନ୍ଦ୍ର ମନ୍ତ୍ରୀ ଡ, ଜିତେନ୍ଦ୍ର ସିଂ ନିକଟରେ ଏକ ଗୁଜବ ଉପରୁ ପରଦା ହଟାଇଥିଲେ । କେନ୍ଦ୍ର ସରକାର ଅବସର ସମୟସୀମା ହ୍ରାସ କରିବାକୁ ଚାହୁଁଥିବା ଖବରକୁ ସେ ମିଛ ବୋଲି କହିଥିଲେ । ଏହି ଖବରରେ ସତ୍ୟତା ନଥିବା ମଧ୍ୟ ସେ କହିଥିଲେ । ଏପରି କୌଣସି ଯୋଜନା ସରକାରଙ୍କର ନାହିଁ କିମ୍ବା କୌଣସି ପ୍ରସ୍ତାବ ଉପରେ ସରକାର ଆଲୋଚନା କରୁନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଅନେକ ବ୍ୟକ୍ତି ରୋଜଗାର ହରାଇଥିଲେ । ଏପରିକି ନିଯୁକ୍ତି ସଙ୍କଟ ସୃଷ୍ଟି ହୋଇଥିଲା । ବେସରକାରୀ ସଂସ୍ଥାନରେ କାମ କରୁଥିବା ଅନେକ ବ୍ୟକ୍ତି ଚାକିରୀ ହରାଇଥିଲେ । ଏହାମଧ୍ୟରେ ତାମିଲନାଡୁ ସରକାରଙ୍କ ନଷ୍ପତ୍ତି ସରକାରୀ କର୍ମଚାରୀଙ୍କୁ ଏକ ବଡ ଆଶ୍ୱସ୍ତି ବୋଲି କୁହାଯାଉଛି ।

   Related Posts