Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ତାମିଲନାଡୁରେ ସରକାର ପରିବର୍ତ୍ତନର ଇସାରା କରୁଛି ଏକ୍‌ଜିଟ୍‌ ପୋଲ୍‌, ଡିଏମକେ ଜିତିପାରେ ୧୬୦ରୁ ଅଧିକ ସିଟ୍‌

29/04/2021 at 9:48 PM

ଭୁବନେଶ୍ବର ୨୯/୪: ତାମିଲନାଡୁ ବିଧାନସଭା ନିର୍ବାଚନରେ ବାଜିମାରିବ ଡିଏମକେ। ନିର୍ବାଚନ ପରେ ବିଭିନ୍ନ ସଂସ୍ଥାରୁ ମିଳିଥିବା ସର୍ଭେରୁ ଜଣାପଡ଼ୁଛି ତାମିଲନାଡୁରେ ସରକାର ବରିବର୍ତ୍ତନ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏକ୍‌ଜିଟ୍‌ ପୋଲ୍‌ ଅନୁସାରେ ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଏଡିଏମ୍‌କେ ଉପରେ ଆସ୍ଥା ହରାଇଛନ୍ତି ତାମିଲନାଡୁ଼ ଜନତା । ତାମିଲନାଡୁରେ ଏଆଇଏଡିଏମ୍‌କେକୁ ପଛରେ ପକାଇ ଡିଏମ୍‌କେ ସରକାର ଗଠନ କରିପାରେ। ୨୩୪ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଏପ୍ରିଲ ୬ ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ମେ ଦୁଇ ତାରିଖରେ ନିର୍ବାଚନ ଫଳାପଳ ପ୍ରକାଶ ପାଇବା।  ସମସ୍ତ ସର୍ଭେ ଏମକେ ଷ୍ଟାଲିନ୍‌ ନେତୃତ୍ବଧୀନ ଦଳ ଡିଏମକେ ସପକ୍ଷରେ ଯାଇଛି। ତାମିଲନାଡୁରେ ସରକାର ଗଠନ ପାଇଁ ୧୧୮ ସିଟର ଆବଶ୍ୟକତା ଥିବା ବେଳେ ପ୍ରାୟ ଏକଜିଟ୍‌ ପୋଲ୍‌ ସର୍ଭେରେ ଡିଏମକେ ସପକ୍ଷରେ ୧୬୦ରୁ ଉର୍ଦ୍ଧ୍ବ ସିଟ୍‌ ଯାଇଛି।

 ଦେଖନ୍ତୁ ଏକ୍‌ଜିଟ୍‌ ପୋଲ୍‌ ସର୍ଭେ

ଇଣ୍ଡିଆଟୁଡେ- ଆକ୍ସିସ୍‌ ମାଇ ଇଣ୍ଡିଆ

ଏଆଏଡିଏମକେ: ୩୮-୫୪

ଡିଏମକେ: ୧୭୫-୧୯୫

ଏଏମଏମକେ: ୧-୨

ଏମଏନଏମ: ୦-୨

ସି-ଭୋଟର

ଏଆଇଏଡିଏମକେ: ୫୮-୭୦

ଡିଏମକେ: ୧୬୦-୧୭୨

ଏଏମଏମକେ: ୦-୨

ଏମଏନଏମ: ୦-୨

ଟୁଡେଜ୍‌ ଚାଣକ୍ୟ

ଏଆଇଏଡିଏମକେ: ୪୬-୬୮

ଡିଏମକେ: ୧୬୪-୧୮୬

ଏଏମଏମକେ: ୦

ଅନ୍ୟ: ୦-୮

ସିଏନଏକ୍ସ

ଏଆଇଏଡିଏମକେ: ୫୮-୬୮

ଡିଏମକେ: ୧୬୦-୧୭୦

ଏଏମଏମକେ: ୪-୬

ଏମଏନଏମ: ୦-୨

ଜନ କି ବାତ୍‌

ଏଆଇଏଡିଏମକେ: ୧୦୨-୧୨୩

ଡିଏମକେ: ୧୧୦-୧୩୦

ଏଏମଏମକେ: ୦

ଏମଏନଏମ: ୧-୨

   Related Posts