ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ହାତୀର ବବ୍-କଟ୍ ହେୟାର୍ ଷ୍ଟାଇଲ୍ : ଦିନକୁ ୩ଥର ସଫା କରାଯାଏ ଚୁଟି

Published By : Prameya-News7 Bureau | July 06, 2020 IST

ମୋନ୍ନାରଗୁଡି ୦୬/୦୭ : ତାମିଲନାଡୁର ଗୋଟିଏ ହାତୀର ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ଫଟୋରେ ହାତୀର ହେୟାର ଷ୍ଟାଇଲକୁ ନେଇ ଖୁବ ଚର୍ଚ୍ଚା | ସେନଗାମାଲମ ନାମ ଏହି ହାତୀ ମୋନ୍ନାରଗୁଡି ସହରର ରାଜଗୋପାଳସ୍ୱାମୀ ମନ୍ଦିରରେ ରହେ | ହାତୀର ଚୁଟି ଚର୍ଚ୍ଚାର ବିଷୟ ପାଲଟିଛି | ହାତୀର ଫାଟି ଇଣ୍ଡିଆନ ଫରେଷ୍ଟ ଅଫିସର ସୁଧା ରାମନେ ନିଜ ଟ୍ୱିଟର ହେଣ୍ଡଲରେ ସେୟାର କରିଛନ୍ତି | ଫଟୋ ସେୟାର କରି ସେ ଲେଖିଛନ୍ତି ବବ-କଟ ସେନଗାମାଲମ ହାତୀ | ସେ ଫଟୋ ସେୟାର କରିବା ପରେ ସୋସିଆଲ ମିଡ଼ିଆରେ ଫଟୋ ଖୁବ ଭାଇରାଲ ହୋଇଛି | ଫଟୋ ସେୟାର କରିବାର କିଛି ଘଣ୍ଟା ପରେ ୧୦ ହଜାରରୁ ଅଧିକ ଲାଇକ୍ସ ଆସିଥିଲା |

{"id":296879,"width":571,"height":381,"sizeSlug":"large"}

Mannai Online ଅନୁସାରେ ହାତୀକୁ ୨୦୦୩ ମସିହାରେ ରାଜଗୋପାଳସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା | ଏହାପରେ ମହନ୍ତ ହାତୀର ଏକ ସୁନ୍ଦର ହେୟାର ଷ୍ଟାଇଲ କରାଇଥିଲେ ଯାହା ପରେ ହାତୀ ପ୍ରସିଦ୍ଧ ହୋଇଯାଇଥିଲା | ଏହି ହାତୀର ବିଶେଷ ଯତ୍ନ ନେବାକୁ ପଡିଥାଏ | ମହନ୍ତ ୨୦୧୮ ମସିହାରେ ଟାଇମ୍ସ ଅଫ ଇଣ୍ଡିଆକୁ କହିଥିଲେ ଯେ ସେ ହାତୀକୁ ନିଜ ଶିଶୁ ଭଳି ପାଳିଥାନ୍ତି | ସେଥିପାଇଁ ସେ ତାକୁ ଏକ ଖାସ ଲୁକ ଦେଇଛନ୍ତି | ଥରେ ଇଣ୍ଟରନେଟରେ ସେ ଏକ ହାତୀ ଛୁଆର ବବ-କଟ ହେୟାର ଷ୍ଟାଇଲ ଦେଖିଥିଲେ ଯାହା ତାଙ୍କୁ ବହୁତ ଭଲ ଲାଗିଥିଲା | ଏହାପରେ ସେ ସେନଗାମାଲମର ଚୁଟି ବଢାଇଥିଲେ | ଚୁଟି ବଢିବା ପରେ ତାକୁ ଷ୍ଟାଇଲରେ କାଟିଥିଲେ |

{"id":296880,"sizeSlug":"large"}

ସେନଗାମାଲମର ଲୁକକୁ ଲୋକେ ବହୁତ ପସନ୍ଦ କରିଛନ୍ତି | ହାତୀ ମୁଣ୍ଡରେ ଯେଉଁ ଚୁଟି ଥାଏ ତାହା ତାଙ୍କ ଶରୀରରୁ ପବନରେ ଗରମ ଦୂର କରିବାରେ ସାହାଯ୍ୟ କରିଥାଏ | ସେନଗାମାଲମର ଚୁଟି ଗରମ ଦିନରେ ୩ଥର ସଫା କରାଯାଇଥାଏ ଏବଂ ଅନ୍ୟ ଦିନମାନଙ୍କରେ ଥରେ ସଫା କରାଯାଇଥାଏ | ଗରମ ଦିନରେ ସେନଗାମାଲମକୁ ଥଣ୍ଡା ରଖିବା ପାଇଁ ମହନ୍ତ ୪୫ ହଜାର ଟଙ୍କାର ଏକ ବିଶେଷ ସାୱାର ମଧ୍ୟ ଲଗାଇଛନ୍ତି |

wp:core-embed/twitter {"url":"https://twitter.com/i/status/1233094274587090945","type":"rich","providerNameSlug":"twitter","className":""}
https://twitter.com/i/status/1233094274587090945
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.