ତାମିଲନାଡୁରେ ନବଜାତ ଶିଶୁଙ୍କ ଚୋରି ଓ ବିକ୍ରି କରୁଥିବା ଅବସରପ୍ରାପ୍ତ ନର୍ସ ଗିରଫ, ଗତ ୩୦ ବର୍ଷ ହେଲା କରିଆସୁଥିଲା ଚୋରି

Published By : Prameya-News7 Bureau | April 28, 2019 IST

ନାମକ୍କଲ ୨୮।୪ :  ତାମିଲନାଡୁରେ ନବଜାତ ଶିଶୁଙ୍କ ଚୋରି ଓ ବିକ୍ରି କରୁଥିବା ନେଇ କଥିତ ଦାବି କରିଥିବା ଅବସରପ୍ରାପ୍ତ ସରକାରୀ ନର୍ସ ଅମୁତାଙ୍କୁ ପୋଲିସ ଗିରଫ କରିଛି । ନର୍ସଙ୍କ ସହ ଆମ୍ବୁଲାନ୍ସ ଡ୍ରାଇଭର କାମ କରୁଥିବା ତାଙ୍କ ସ୍ବାମୀ ମଧ୍ୟ ଗିରଫ ହୋଇଛନ୍ତି ।   ନର୍ସ ଜଣକ ରାଜ୍ୟ ସରକାରଙ୍କ ଚାକିରୀରେ ଥାଇ ହସ୍ପିଟାଲରୁ ନବଜାତ ଶିଶୁମାନଙ୍କୁ ଚୋରି କରି ବିକ୍ରି କରୁଥିଲା ବୋଲି ଏକ ଅଡିଓ ଭାଇରାଲ ହେବା ପରେ ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି ।

{"id":108458}

ସେପଟେ ଭାଇରାଲ ଅଡିଓ କ୍ଲିପକୁ ନେଇ ତାମିଲନାଡୁ ସ୍ବାସ୍ଥ୍ୟ ସଚିବ ବି.ରାଜେଶ ମାମଲାର ଯାଞ୍ଚ ଭାର ସ୍ବାସ୍ଥ୍ୟ ଏବଂ ଗ୍ରାମ କଲ୍ୟାଣ ବିଭାଗ ନିର୍ଦ୍ଦେଶକଙ୍କୁ ଅର୍ପଣ କରିଛନ୍ତି । ଅଡିଓରେ ନର୍ସ ଅମୁତା କୌଣସି କ୍ଲଏଣ୍ଟଙ୍କ ସହ କଥା ହେଉଥିବାର ଶୁଣାଯାଉଛି । ଯେଉଁଥିରେ ସେ ୧୦ ବର୍ଷ ହେଲା ଚାକିରୀରୁ ଅବସର ନେଲେଣି ହେଲେ ଗତ ୩୦ ବର୍ଷ ହେଲା ନବଜାତ ଶିଶୁଙ୍କ କାରବାର କରିଆସୁଥିବା କହିଛନ୍ତି । ତେବେ ଭଗବାନଙ୍କ କୃପାରୁ ସେ କେବେ ଧରାପଡିନାହାନ୍ତି ବୋଲି କହିଛନ୍ତି ।

{"id":108459}

ଅଡିଓ କ୍ଲିପରେ ଅମୁତା ନବଜାତ ଶିଶୁକନ୍ୟାଙ୍କୁ ୨ଲକ୍ଷ ୭୫ ହଜାର ଟଙ୍କାରେ ବିକ୍ରି କରିଥିବା କହିଛନ୍ତି । ଯଦି ଶିଶୁକନ୍ୟା ଗୋରା ଓ ସୁନ୍ଦର ତେବେ ଏହି ଦର ୩ଲକ୍ଷ ୭୫ ହଜାର ଓ ଶିଶୁପୁତ୍ରଙ୍କୁ ୩ରୁ ୪ ଲକ୍ଷଟଙ୍କାରେ ବିକ୍ରି କରୁଥିବା କହୁଥି୍ବା ଶୁଣା ଯାଉଛି । ଏହି ସବୁ ଶିଶୁମାନଙ୍କର ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ସେ ଅଲଗା ୭୦ ହଜାର ଟଙ୍କା ନିଅନ୍ତି ।ଏହି କ୍ଲିପ ସୋସାଲ ମିଡିଆରେ ଭାଇରାଲ ହେବା ପରେ ତାମିଲନାଡୁ ହସ୍ପିଟାଲମାନଙ୍କରେ ହଜିଥିବା ଶିଶୁଙ୍କୁ ଚହଳ ସୃଷ୍ଟି ହୋଇଛି । ତେବେ ଅଭିଯୁକ୍ତମାନେ ଫେରାର ହେବା ପୂର୍ବରୁ ପୋଲିସ ସେମାନଙ୍କୁ ଗିରଫ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.