Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ତାମିଲନାଡ଼ୁ ବିଧାନସଭା ନିର୍ବାଚନ: କରୋନାରେ କଂଗ୍ରେସ ପ୍ରାର୍ଥୀଙ୍କର ମୃତ୍ୟୁ

11/04/2021 at 5:36 PM

ଚେନ୍ନାଇ ୧୧।୪:ତାମିଲନାଡୁ ଶ୍ରୀ ବିଲ୍ଲୀପୁତ୍ତୁର ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା କଂଗ୍ରେସ ପ୍ରାର୍ଥୀ ପି.ଏସ୍.ଡବ୍ଲୁ. ମାଧବ ରାଓଙ୍କ ପରଲୋକ ହୋଇଛି। ସେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିଲେ। ମାର୍ଚ୍ଚ ୨୦ ତାରିଖରେ ତାଙ୍କୁ ମଦୁରାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଜ୍ୱାଇଁ କେ.ରାଜୀବ ସୂଚନା ଦେଇଛନ୍ତି।

ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଗତ ଏପ୍ରିଲ ୬ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ମେ ୨ ତାରିଖରେ ଭୋଟ ଗଣନା ହେବ, ଯଦି ଏଥିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୁଅନ୍ତି ତେବେ ଏଠାରେ ଉପନିର୍ବାଚନ ହେବ। ରାଓଙ୍କ ପରଲୋକ ସୂଚନା ରାଜ୍ୟ କଂଗ୍ରେସରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରଦେଶ କଂଗ୍ରେସ ପ୍ରଭାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ୱିଟ୍‌ ବାର୍ତ୍ତାରେ ମାଧବରାଓଙ୍କ ଆତ୍ମାର ଶାନ୍ତି କାମନା କରିଥିବା ବେଳେ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

୬୩ ବର୍ଷ ବୟସ୍କ ମାଧାବ ରାଓ ନିର୍ବାଚନ ଲାଗି ଭୋଟ ପ୍ରଚାର ବେଳେ କରୋନା ସଂକ୍ରମିତ ହୋଇଥିଲେ। ପରୀକ୍ଷଣରେ ପଜିଟିଭ ଚିହ୍ନଟ ହେବାରୁ ସେ ପୃଥକବାସରେ ଥିଲେ। ତେବେ ଅସୁସ୍ଥ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ପରଲୋକ ହୋଇଛି। ରାଓଙ୍କ ପରଲୋକରେ ଷ୍ଟାଲିନ ଶୋକ ପ୍ରକଟ କରିଛନ୍ତି। ରାଓଙ୍କ ଅସମୟ ମୃତ୍ୟୁ ଶ୍ରୀବିଲ୍ଲୀପୁତ୍ତରର ଓ କଂଗ୍ରେସ ପାର୍ଟିର ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଏଣୁ ସାର୍ବଜନିକ ଜୀବନରେ ସାମିଲ ଲୋକଙ୍କୁ ଟିକା ନେବା ସହ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

   Related Posts