Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସ୍କୁଲରେ ଛାତ୍ରୀକୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲା ଶିକ୍ଷକ, ଜୀବନ ହାରିଲେ ଛାତ୍ରୀ

13/11/2021 at 3:31 PM

କୋଏମ୍ବଟୁର ୧୩।୧୧ : ତାମିଲନାଡୁର କୋଏମ୍ବଟୁରରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ୍ ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଆତ୍ମହତ୍ୟା କରିଥିବା ଯୁବତୀଙ୍କୁ ଉଦ୍ଧାର କରିଛି । ଛାନଭିନ୍‌ କଲା ପରେ ରୁମ୍ ରୁ ସୁଇସାଇଡ୍ ଏକ ନୋଟ୍ ଜବତ କରିଛି । ନୋଟ୍ ରେ ତିନି ଜଣ ଲୋକଙ୍କ ନାଁ ଉଲ୍ଲେଖ ରହିଛି ।

ତେବେ ସୁଚନା ଅନୁସାରେ କୋଏମ୍ବଟୁର୍ ରେ ରହୁଥିବା ଜଣେ ୧୭ ବର୍ଷୀୟ ଛାତ୍ରୀ ଏକ ପ୍ରାଇଭେଟ୍ ସ୍କୁଲରେ ପଢୁଥିଲେ । କିଛି ଦିନ ସ୍କୁଲ ଗଲା ପରେ ହଠାତ୍‌ ସ୍କୁଲ ଛାଡ଼ିବା ନେଇ କହିଥିଲେ । ଆଉ ସ୍କୁଲରୁ ଟିସି ମଧ୍ୟ ଆଣିଥିଲେ । ଏହାପରେ ଶୁକ୍ରବାର ଦିନ ଛାତ୍ରୀ ଜଣକ ନିଜ ଘରେ ଫାଶୀ ଦେଇଥିବା ଜଣାପଡ଼ିଥିଲା । ତେବେ ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସ୍କୁଲର ଜଣେ ଶିକ୍ଷକ ତା ସହିତ ଯୌନ ନିର୍ଯ୍ୟାତନା କରୁଥିଲେ। ଛାତ୍ରୀ ଜଣକ ଏନେଇ ଅଭିଯୋଗ ମଧ୍ୟ କରିଥିଲେ ।

ମୃତ ଛାତ୍ରୀ ଙ୍କ ବାପା କହିଛନ୍ତି ଯେ, ସ୍କୁଲର ଜଣେ ଶିକ୍ଷକଙ୍କ ବିରୋଧରେ କହିଛନ୍ତି ଯେ, ସେ ତାଙ୍କ ଝିଅକୁ ଯୌନ ନିର୍ଯ୍ୟାତନା କରୁଥିଲା ଓ ଏହିକଥା ଝିଅ ଖୋଦ୍ ଆସି ତାଙ୍କୁ ଜଣାଇଥିଲା । ପୋଲିସ୍ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ୍ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ତଦନ୍ତ କରୁଛି ।

   Related Posts