Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

୩୦ ଏପ୍ରିଲ ପର୍ଯ୍ୟନ୍ତ କରୋନା ଲକଡାଉନ ବଢାଇଲେ ତାମିଲନାଡୁ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ସରକାର

13/04/2020 at 6:55 PM

ନୂଆଦିଲ୍ଲୀ ୧୩।୪: ଚୀନ ଉହାନରୁ ବ୍ୟାପିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିଛି। ଲକ୍ଷଲକ୍ଷ ଲୋକେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି। ଏଥିରେ ଭାରତରେ କରୋନା ସଂକ୍ରମଣ ଥମିବାର ନା ନେଉନି। ଏଣୁ  ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ସରକାର ୨୧ ଦିନିଆ ଦେଶବ୍ୟାପି ଲକଡାଉନ୍ ଘୋଷଣା କରିଥିଲେ। ତେବେ ଜାତୀୟ ଲକଡାଉନ୍ ସରିବା ପୂର୍ବରୁ ଦେଶର ବହୁଳ ଭୂତାଣୁ ସଂକ୍ରମିତ ରାଜ୍ୟମାନେ ସେମାନଙ୍କ ଲକଡାଉନ୍ ଅବଧି ସମ୍ପ୍ରସାରଣ କରିଛନ୍ତି। ଏଥିରେ ସୋମବାର ଅରୁଣାଚଳ ପ୍ରଦେଶ, ତାମିଲନାଡୁ ଓ ମିଜୋରାମ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ ସମ୍ପ୍ରସାରଣ କରିଥିବା ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଓଡିଶା, ପଞ୍ଜାବ, ପଶ୍ଚିମବଙ୍ଗ,  ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟମାନେ ଲକଡାଉନ ଅବଧି ସମ୍ପ୍ରସାରଣ କରିଥିଲେ। ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୧୦୪୩ରେ ପହଞ୍ଚିଥିବାରୁ ସରକାର ଅବଧି ସମ୍ପ୍ରସାରଣ ଲାଗି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ସାରା ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୩୫୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୪ଜଣଙ୍କ ମୃତ୍ୟୁ ହେଲାଣି। ତେବେ ସଂକ୍ରମିତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯୭୯ ଜଣଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଛି।

କରୋନା ସାରା ବିଶ୍ୱରେ ମାଡି ଚାଲିଛି। ଏପର୍ଯ୍ୟନ୍ତ ବିଭିନ୍ନ ଦେଶରେ ମୋଟ ୧୮ ଲକ୍ଷ ୬୭ ହଜାର ଲୋକେ ସଂକ୍ରମିତ ହୋଇଥିବାର ସୂଚନା ମିଳୁଥିବା ବେଳେ ୧ ଲକ୍ଷ ୧୫ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ଏବେ ଆମେରିକା କରୋନାର ହଟ୍‌ସ୍ପଟ୍ ପାଲଟିଛି। ଏଠାରେ ପ୍ରତିଦିନ ଶହଶହ ଲୋକଙ୍କ ପରୀକ୍ଷଣ ରିପୋର୍ଟ ପଜେଟିଭ ଆସୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି। ତେବେ ଇଟାଲୀ ଓ ସ୍ପେନରେ କ୍ରମଶଃ ଶାନ୍ତ ହେଉଛି କରୋନା।

   Related Posts