କରୋନା ସଂକ୍ରମିତ ହୋଇ ତାମିଲନାଡୁ କୃଷି ମନ୍ତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | November 01, 2020 IST

ଚେନ୍ନାଇ,୦୧/୧୧:  ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାରତରେ ଏବେସୁଦ୍ଧା ୧ ଲକ୍ଷ ୨୨ ହଜାରରୁ ଅଧିକ ଆକ୍ରାନ୍ତ ଜୀବନ ହାରିଲେଣି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ନେତା ଅବିନେତା ମଧ୍ୟ ପ୍ରାଣ ହରାଇଛନ୍ତି । ସେହିପରି ଶନିବାର ତାମିଲନାଡୁର କୃଷିମନ୍ତ୍ରୀ ଆର ଦୋରାଇକାନ୍ନୁ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।

ଦୋରାଇକାନ୍ନୁ ଗତ ୧୩ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଶନିବାର ରାତି ୧୧ଟା ୧୫ରେ ସେ ପ୍ରାଣ ହରାଇଛନ୍ତି । ଗତ ରବିବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । କରୋନା ସହ ନିମୋନିଆରେ ମଧ୍ୟ ସେ ଆକ୍ରାନ୍ତ ଥିଲେ ।

ତାମିଲନାଡୁ ରାଜ୍ୟପାଳ ବରବରୀଲାଲ ପୁରୋହିତ ଡୋରାଇକାନୁଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି ।

ଦୋରାଇକାନ୍ନୁ ୨୦୦୬,୨୦୧୧ ଓ ୨୦୧୬ରେ ତାମିଲନାଡୁ ବିଧାନସଭାର ସଦସ୍ୟ ରହିଥିଲେ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କ୍ୟାବିନେଟରେ ମଧ୍ୟ ସ୍ଥାନ ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.