୪ ବନ୍ଧୁଙ୍କ ସହ ମିଶି କାରରେ ଯୁବତୀଙ୍କୁ ଦୁଷ୍କର୍ମ କଲା ପ୍ରେମିକ, ହାଇଓ୍ବେରେ ଫିଙ୍ଗି ଦେଇ ଚାଲିଗଲେ

Published By : Prameya-News7 Bureau | September 11, 2021 IST

ଚେନ୍ନାଇ ୧୧/୦୯: ଦେଶରେ ବଢ଼ୁଛି ଦୁଷ୍କର୍ମ ମାମଲା । ମୁମ୍ବାଇରେ ନିର୍ଭୟା ମାମଲାର ପୁନରାବୃତ୍ତି ହୋଇଥିବା ବେଳେ ପୁଣି ତାମିଲନାଡୁରେ ଗଣଦୁଷ୍କର୍ମ ନେଇ ଖବର ମିଳିଛି। ତାମିଲନାଡୁରେ ୨୦ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । ଯୁବତୀଙ୍କୁ ନିଜ ପୁରୁଷ ବନ୍ଧୁ ଅନ୍ୟ ୪ ବନ୍ଧୁମାନଙ୍କ ସହ ମିଶି ଦୁଷ୍କର୍ମ କରିଛି । ଅନ୍ୟ ଏକ ସ୍ଥାନରେ ଚାକିରୀ ଦେବାକୁ କହି ନେଇଯାଉଥିବା ବେଳେ ମଝି ରାସ୍ତାରେ ଯୁବତୀଙ୍କ ଇଜ୍ଜତ ଲୁଟିଛନ୍ତି ରାକ୍ଷସ । ଏହି ଘଟଣା କାଞ୍ଚିପୁରମର ବୋଲି ଜଣାପଡ଼ିଛି ।

ପୀଡ଼ିତା ଗୋଟିଏ ମୋବାଇଲ ଦୋକାନରେ କାର୍ଯ୍ୟ କରନ୍ତି । ସେଠାରେ ଗୁନାସିଲନ ନାମକ ଜଣେ ଯୁବକଙ୍କ ସହ ତାଙ୍କ ବନ୍ଧୁତା ହୋଇଥିଲା । ପ୍ରତି ଦିନ ଉଭୟ ସାକ୍ଷାତ କରୁଥିବା ବେଳେ ସୋସିଆଲ ମିଡିଆ ଜରିଆରେ ସମାନେ କଥା ହେଉଥିଲେ । କିଛି ଦିନ ପରେ ଗୁନାସିଲନ ନିଜର ଏକ ବନ୍ଧୁକୁ ଯୁବତୀଙ୍କ ସହ ସାକ୍ଷାତ କରାଇଥିଲେ । ସେ ଯୁବତୀଙ୍କୁ କୌଣସି ଏକ ଘରୋଇ ସଂସ୍ଥାରେ ଚାକିରୀ କରାଇଦେବ ବୋଲି ପ୍ରଲୋଭନ ଦେଖାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୮ରେ ଗୁନାସିଲନ ନିଜର ପ୍ରେମିକାଙ୍କୁ କାରରେ କାଞ୍ଚିପୁରମର ଏକ ଫାର୍ମ ହାଉସକୁ ନେଇଯାଉଥିଲା। ରାସ୍ତାରେ କୋଲ୍ଡଡ୍ରିଙ୍କରେ ନିଶା ଦ୍ରବ୍ୟ ମିଶାଇ ପିଆଇ ଦେଇଥିଲା। କିଛି ସମୟ ପରେ ଯୁବତୀ ବେହୋସ୍‌ ହୋଇଯାଇଥଲେ। ଗୁନାସିଲନ ନିଜର ଅନ୍ୟ ୪ ବନ୍ଧୁଙ୍କୁ ସେଠାକୁ ଡାକିଥିଲା । ସେଠାରେ ବନ୍ଧୁମାନଙ୍କ ସହ ମିଶି ଗୁନାସିଲନ ଯୁବତୀଙ୍କୁ କାରରେ ଗଣଦୁଷ୍କର୍ମ କରିଥିଲେ । ହୋସ ଆସିବା ପରେ ପୀଡ଼ିତା କାରରୁ ବାହାରିବା ପାଇଁ ଚେଷ୍ଟା କରିଥିଲେ। ଗୋଡ଼ ଦ୍ବାରା କାର ଡୁରକୁ ଭାଙ୍ଗିବାକୁ ସେ ଚେଷ୍ଟା କରୁଥିଲେ ।

କାରରେ ଯୁବତୀଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ଦେଖିପାରିଥିଲେ। ଏହା ପରେ ଲୋକେ କାର ପାଖକୁ ଆସିବାରୁ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଚେନ୍ନାଇ-ବେଙ୍ଗାଲୁରୁ ହାଇଓ୍ବେରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ସେପଟେ ପୋଲିସ ମାମଲାର ଯାଞ୍ଚ କରି ସେପ୍ଟେମ୍ବର ୯ରେ ୪ ଏବଂ ୧୦ ତାରିଖରେ ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.