Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବରୋଦାକୁ ୭ ଓ୍ଵିକେଟ୍‌ରେ ହରାଇଲା ତାମିଲନାଡୁ, ଦ୍ଵିତୀୟ ଥର ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଚମ୍ପିଆନ

31/01/2021 at 11:10 PM

ନୂଆଦିଲ୍ଲୀ ୩୧।୦୧: ଦିନେଶ କାର୍ତ୍ତିକଙ୍କ ନେତୃତ୍ଵାଧୀନ ତାମିଲନାଡୁ ପୁଣି ଥରେ ୨୦୨୧  ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ଚମ୍ପିଆନ ହୋଇଛି। ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ତାମିଲନାଡୁ ବରୋଦାକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍  ହରାଇ ୧୨୦ ରନ ହିଁ ସୀମିତ ରହିଥିଲା। ଜବାବରେ ତାମିଲନାଡୁ ୧୮ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଦଳ ୧୩ ବର୍ଷ ପୂର୍ବେ ୨୦୦୭ରେ ଚମ୍ପିଆନ ହୋଇଥିଲା। ବଡ କଥା ସେହି ସମୟରେ ମଧ୍ୟ ଦିନେଶ କାର୍ତ୍ତିକ ଦଳର ଅଧିନାୟକ ଥିଲେ।

ଅଧିନାୟକ ଦିନେଶ କାର୍ତ୍ତିକ ଟସ୍ ଜିତି ବରୋଦାକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଆରମ୍ଭରୁ ବରୋଦାକୁ ଝଟକା ଲାଗିଥିଲା। ଓପନର ନିନାଦ ରାଠଓ୍ଵା ବାବା ଅପରାଜିତଙ୍କ ବଲ୍‌ରେ  ୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବରୋଦା ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ କେଦାର ଦେବଧର ୧୬ ରନ କରି ପାଭିଲିୟନ ଫେରିଥିଲେ। ୯ ଓଭର ସୁଦ୍ଧା ବରୋଦା ୬ ଓ୍ଵିକେଟ୍‌ ହରାଇ ମାତ୍ର ୩୬ ରନ କରିଥିଲା।

ଗୋଟିଏ ପଟେ ଓ୍ଵିକେଟ୍ ଖସି ଚାଲିଥିବା ବେଳେ ଭି ସୋଲାଙ୍କି କ୍ରିଜ୍‌ରେ ଜମି ରହି ଦଳର ଇନିଂସକୁ ସମ୍ଭାଳିଥିଲେ। ସେ ଏ ସେଠଙ୍କ ସହ ସପ୍ତମ ଓ୍ଵିକେଟ୍‌ରେ ୫୮ ରନ ଯୋଡି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ୯୪ ରନ ସ୍କୋରରେ ଏ ସେଠ୍ ୨୯ ରନ କରି ଆଉଟ୍  ହୋଇଥିଲେ। ଶେଷ ଓଭରରେ ସୋଲାଙ୍କି ଆଉଟ୍  ହୋଇଥିଲେ। ସେ ୪୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷରେ ବରୋଦା ୯ ଓ୍ଵିକେଟ୍ ହରାଇ ୧୨୦ ରନରେ ସୀମିତ ରହିଥିଲା।

ଲକ୍ଷ୍ୟର ପିଛା କରିଥିବା ତାମିଲନାଡୁର ଦୁଇ ଓପନର ହରି ନିଶାନ୍ତ ଓ ଏନ ଜଗଦୀଶନ ୪ ଓଭରରେ ୨୬ ରନ ଯୋଡିଥିଲେ। ଜଗଦୀଶନ ୧୪ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ହରି ନିଶାନ୍ତ ଓ ବାବା ଅପରାଜିତ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୧ ରନ ଯୋଡି ଦଳର ସ୍ଥିତିକୁ ଦୃଢ କରିଥିଲେ। ୬୭ ସ୍କୋରରେ ନିଶାନ୍ତ ୩୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଦିନେଶ କାର୍ତ୍ତିକ ୧୬ ବଲରୁ ୨୨ ରନର ଦ୍ରୁତ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଶାହରୁଖ ଖାନ  ମାତ୍ର ୭ ବଲରୁ ବିସ୍ଫୋରକ ୧୮ ରନ ଏବଂ ବାବା ଅପରାଜିତ ୨୯ ରନ କରି ଦଳକୁ ବିଜୟୀ କରାଇଥିଲେ।

   Related Posts