Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୬ ଜଣିଆ ଟିମ୍ ସହ ମୋଦିଙ୍କ ପାଇଁ ସମଗ୍ର ଦେଶରେ ବୁଲେଟ୍ ରାଲି କରି ପ୍ରଚାର କରୁଛନ୍ତି ତାମିଲନାଡୁର ରାଜଲକ୍ଷ୍ମୀ, ପହଞ୍ଚିଲେ ସମ୍ବଲପୁରରେ

13/04/2019 at 4:17 PM

ସମ୍ବଲପୁର ୧୩|୪: ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ କରାଇବାକୁ କିଏ କେତେ ପ୍ରକାର କୌଶଳ ଅବଲମ୍ବନ କରୁଛନ୍ତି। ଦେଖନ୍ତୁ ଏହି ମହିଳାଙ୍କୁ, ଏ ହେଲେ ତାମିଲନାଡୁର ମୂଳ ବାସିନ୍ଦା ସୁଶ୍ରୀ ରାଜଲକ୍ଷ୍ମୀ ମଣ୍ଡଳ। ରାଜଲକ୍ଷ୍ମୀ ୨୦୧୭ ମସିହାରେ ଦୁଃସାହାସିକ କ୍ରୀଡା ପାଇଁ, ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡର ଅଧିକାରୀ ।

ସେ ୭୫ଦିନ ତଳେ ତାଙ୍କର ଅନ୍ୟ ୨୬ଜଣ ସାଥୀଙ୍କ ସହ ତାମିଲନାଡୁରୁ ବାହାରି ସାରାଦେଶ ବୁଲେଟ୍‌ ମୋଟର ସାଇକେଲ୍‌ରେ ବୁଲି ବୁଲି ମୋଦଜୀଙ୍କ ପ୍ରଚାର କରୁଛନ୍ତି ।

ଏହାରି ମଧ୍ୟରେ ସେ ୩୦ହଜାର କିଲୋମିଟର ବୁଲେଟ୍‌ରେ ବୁଲି ମୋଦିଜୀଙ୍କ ପାଇଁ ପ୍ରଚାର ସାରିଲେଣି। ଉଦ୍ଦେଶ୍ୟ ମୋଦିଜୀଙ୍କୁ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ କରାଇବା ପାଇଁ ଲୋକମାନଙ୍କୁ ସଚେତନ କରିବା।

ମୋଦିଜୀ ଦେଶର ପ୍ରଧାନମନ୍ତ୍ରୀ ହେଲେ ଆମ ଦେଶ ସୁରକ୍ଷିତ ରହିବା ସହ,ଏକ ଦେଶ ବିକଶିତ ଦେଶ ହେବ ବୋଲି ରାଜଲକ୍ଷ୍ମୀ ଆଶା କରିଛନ୍ତି।

ତେଣୁ ସାରା ଦେଶ ବୁଲେଟ୍‌ର ନିଜ ସାଥିଙ୍କ ସହ ଭ୍ରମଣ କରି ସେ ଏହି ବାର୍ତ୍ତା ପ୍ରଚାର କରୁଛନ୍ତି । ଆଜି ସକାଳେ ସମ୍ବଲପୁରରେ ପହଞ୍ଚିଛନ୍ତି ।

ଓଡିଶାର ବିଭିନ୍ନଜିଲ୍ଲା ବୁଲିବା ପରେ ଝାଡଖଣ୍ଡ ଓ ବିହାର ରାଜ୍ୟ ଗସ୍ତ କରିବେ। ଏହାପରେ ନୂଆଦିଲ୍ଲୀରେ ରାଜଲକ୍ଷ୍ମୀଙ୍କ ଏହି ଯାତ୍ରା ଉଦ୍‌ଯାପିତ ହେବ ବୋଲି ସେ କହିଛନ୍ତି ।

   Related Posts