Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପିତାଙ୍କ ପଥରେ ପୁତ୍ର : ସିଏମ୍ ହେବା ପରେ ବାପାଙ୍କ କଲମରୁ ପ୍ରଥମ ଦସ୍ତଖତ କଲେ ଷ୍ଟାଲିନ୍

8/05/2021 at 2:38 PM

ତାମିଲନାଡୁ ୮/୫ : ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଡିଏମକେ ସଭାପତି ଏମ.କେ ଷ୍ଟାଲିନ । ଶୁକ୍ରବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଉ କାର୍ଯ୍ୟରେ ଯୋଗ ଦେଉ ଦେଉ ତାଙ୍କର କାର୍ଯ୍ୟଶୈଳୀକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କୁହାଯାଉଛି କି, ଯେ ପିତା ଏମ.କରୁଣାନିଧୀଙ୍କ ପଥ ଅନୁସରଣ କରୁଛନ୍ତି ଷ୍ଟାଲିନ୍ । ବିଧାନସଭା ନିର୍ବାଚନରେ ​​ତାଙ୍କ ଦଳ ଡିଏମକେ ୧୩୩ ଟି ଆସନରେ ବିଜୟୀ ହୋଇଛି। ମୁଖ୍ୟମନ୍ତ୍ରୀ ହେବା ପରେ ସେ ତାଙ୍କ କାର୍ଯ୍ୟାଳୟରେ ୨ଟି ଜିନିଷକୁ ଗୁରୁତ୍ୱ ଦେଇଛନ୍ତି ।

ପ୍ରଥମଟି ହେଉଛି ଫାଉଣ୍ଟେନ୍ ପେନ୍, ଯାହାକୁ ତାଙ୍କ ପିତା କରୁଣାନିଧି ବ୍ୟବହାର କରୁଥିଲେ । ଦ୍ୱିତୀୟଟି ହେଉଛି ଡିଏମକେ ପ୍ରତିଷ୍ଠାତା ଆନ୍ନା ଦୁରାଇଙ୍କ ଚିତ୍ର । ଶପଥ ନେବା ପରେ ଷ୍ଟାଲିନ ଗୋପାଳପୁରମରେ ତାଙ୍କ ପିତା ଏମ କରୁଣାନିଧିଙ୍କ ବାସଭବନରେ ଯାଇ ସେଠାରେ ତାଙ୍କ ମା ଏବଂ ଭଉଣୀଙ୍କୁ ଭେଟିଥିଲେ । ପରେ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଷ୍ଟାଲିନଙ୍କ ପିତା କରୁଣାନିଧିଙ୍କର ୩ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ ମେ ୭ରେ ପରଲୋକ ଘଟିଥିଲା । ଏହାସହ ଷ୍ଟାଲିନ ଆନ୍ନା ଦୁରାଇଙ୍କ ସ୍ମୃତିଚାରଣ କରିଥିଲେ । ଦୁରାଇ ହେଉଛନ୍ତି DMK ପ୍ରତିଷ୍ଠା ।

ଏହା ପରେ ଷ୍ଟାଲିନ ସଚିବାଳୟରେ ପହଞ୍ଚିଥିଲେ । ସଚିବାଳୟରେ ନିଜର ପ୍ରଥମ କାର୍ଯ୍ୟ ଦିବସରେ ୫ଟି ସରକାରୀ ନିର୍ଦ୍ଦେଶରେ ଦସ୍ତଖତ କରିଥିଲେ । ତେବେ ଯେଉଁ ପେନରେ ସେ ଦସ୍ତଖତ କରିଥିଲେ ସେ କଲମଟି ହେଉଛି ପିତା କରୁଣାନିଧିଙ୍କର । କରୁଣାନିଧିଙ୍କ ଘନିଷ୍ଠ କୁହନ୍ତି ଯେ, କରୁଣାନିଧି ଫାଉଣ୍ଟେନ କଲମ ‘ଭ୍ୟାଲି ୬୯’ କୁ ଭଲ ପାଉଥିଲେ । ସେ ଏହାକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରୋଡରେ ଥିବା ଏକ ଦୋକାନରୁ କିଣିଥିଲେ । କୁହାଯାଏ ଯେ କରୁଣାନିଧି ଦଶନ୍ଧି ଧରି ସମାନ ବ୍ରାଣ୍ଡର କଲମ ବ୍ୟବହାର କରିଆସୁଥିଲେ । ସେଥିପାଇଁ ପିତାଙ୍କ ସ୍ମୃତିକୁ ଜୀବିତ ତଥା ଆଶୀର୍ବାଦ ସ୍ୱରୁପ ଷ୍ଟାଲିନ ମଧ୍ୟ ସେହି ପେନର ବ୍ୟବହାର କରୁଛନ୍ତି ।

   Related Posts