ମହାରାଷ୍ଟ୍ର ପରେ ତାମିଲନାଡୁରେ ମେ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌

Published By : Prameya-News7 Bureau | May 17, 2020 IST

ଚେନ୍ନାଇ ୧୭।୦୫: କରୋନା ଭୂତାଣୁ ସଂକ୍ରମଣର ପ୍ରକୋପକୁ ରୋକିବା ଲାଗି ଦେଶରେ ଲାଗୁ ଲକ୍‌ଡାଉନ୍‌ ୩.୦ର ଆଜି ହେଉଛି ଅନ୍ତିମ ଦିନ। ଲକ୍‌ଡାଉନ୍‌ ପରେ ବି ଦେଶରେ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ରାଜ୍ୟ ସରକାର ଲକ୍‌ଡାଉନ୍‌ ବଢାଇବାକୁ ନିର୍ଣ୍ଣୟ ନେଉଛନ୍ତି। ଏହି କ୍ରମରେ ତାମିଲନାଡୁ ସରକାର ଲକ୍‌ଡାଉନ୍ ଅବଧି ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ଅବଧିରେ ରାଜ୍ୟରେ ପ୍ରତିବନ୍ଧକ ଲାଗୁ ରହିବ।

wp:core-embed/twitter {"url":"https://twitter.com/ANI/status/1261954637533376513?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1261954637533376513\u0026ref_url=https%3A%2F%2Fhindi.news18.com%2Fnews%2Fnation%2Ftamil-nadu-government-extends-covid-19-lockdown-in-the-state-till-31st-may-2020-3122548.html","type":"rich","providerNameSlug":"twitter","className":""}
https://twitter.com/ANI/status/1261954637533376513?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1261954637533376513&ref_url=https%3A%2F%2Fhindi.news18.com%2Fnews%2Fnation%2Ftamil-nadu-government-extends-covid-19-lockdown-in-the-state-till-31st-may-2020-3122548.html
/wp:core-embed/twitter

ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ଏହି ବାବଦରେ ଆଜି ଆଦେଶ ଜାରି କରିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ମେ ୪ ରୁ ମେ ୧୭ ଯାଏ ଦେଶବ୍ୟାପୀ ଲକ୍‌ଡାଉନ୍‌ ୩.୦ ଲାଗୁ କରିଥିଲେ। ପୂର୍ବରୁ ତେଲେଙ୍ଗାନା, ପଞ୍ଜାବ ମଧ୍ୟ ଲକ୍‌ଡାଉନ୍‌ ଅବଧି ମେ ୩୧ ପର୍ଯ୍ୟନ୍ତ ବଢାଇ ସାରିଛନ୍ତି।

ଉଲ୍ଲେଖନୀୟ କରୋନା ସଂକ୍ରମିତ ମାମଲାରେ ଗୁଜରାଟ ଦେଶରେ ତୃତୀୟ ସ୍ଥାନରେ ରହିଛି। ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୦, ୫୮୫ ରହିଛି। ଏହି ମହାମାରୀରେ ୭୪ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩,୫୩୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜରେ ସଂପ୍ରତି ସକ୍ରିୟ କେସ୍‌ ସଂଖ୍ୟା ୬,୯୭୩ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.