ତାମିଲନାଡୁରେ ଆଉ ସପ୍ତାହେ ବଢିଲା ଲକଡାଉନ୍ : କଟକଣାରେ ସାମାନ୍ୟ କୋହଳ

Published By : Prameya-News7 Bureau | June 05, 2021 IST

ଚେନ୍ନାଇ ୦୫/୦୬: ତାମିଲନାଡୁରେ ଆଉ ଗୋଟିଏ ସପ୍ତାହେ ବଢିଲା କରୋନା ଲକଡାଉନ । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କଟକଣାରେ କିଛିଟା କୋହଳ ସହ ପୁଣି ଗୋଟିଏ ସପ୍ତାହ ପାଇଁ ତାଲା ପକାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ ଏନେଇ ଘୋଷଣା କରାଯଇଛି । ଜୁନ୍ ୧୪ ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ । ସରକାର ଖୁଚୁରା, ପନିପରିବା ଏବଂ ମାଛ, ମାଂସ ଦୋକାନକୁ ସକାଳ ୬ ରୁ ସନ୍ଧ୍ୟା ୫ଟା ଯାଏଁ ଖୋଲିବାକୁ ଅନୁମତି ଦେଇଛନ୍ତି ।

ସରକାରୀ କାର୍ଯ୍ୟାଳୟଗୁଡିକରେ ୩୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ରହିବ । ତେବେ, ଏହି ଛାଡ ୧୧ଟି ଜିଲ୍ଲା ପାଇଁ ପ୍ରଯୁଜ୍ୟ ହେବ ନାହିଁ ଯେଉଁଠାରେ ଅଧିକ କୋଭିଡ -19 ମାମଲା ରହିଛି । ଏଥିମଧ୍ୟରେ କୋଏମ୍ବାଟୁର, ନୀଳଗିରିସ୍, ତିରୁପୁର, ଏରୋଡ, ସାଲେମ, କରୁର, ନମକକାଲ, ଥାନଜାଭୁର, ତିରୁଭରୁର, ନାଗାପାଟ୍ଟିନାମ, ଏବଂ ମାୟିଲାଡୁଥୁରାଇ ପ୍ରମୁଖ ସାମିଲ ରହିଛି ।

ମେ ୧୦ରେ ରାଜ୍ୟରେ ଏହି ତାଲାବନ୍ଦ ଘୋଷଣା ହୋଇଥିଲା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମେ ୧୦ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିଥିଲେ। ଲକଡାଉନ୍ ଅବଧି ମେ ୨୪ରୁ ଏହା ସମାପ୍ତ ହେବା ପୂର୍ବରୁ ମଧ୍ୟ କୌଣସି କୋହଳ କରାନଯାଇ ଏହାକୁ ବଢାଯାଇଥିଲା । ବନ୍ଦ ସମୟରେ ଫାର୍ମାସି, ପ୍ରାଣୀ ଚିକିତ୍ସା ଫାର୍ମାସି, ଦୁଗ୍ଧ ଯୋଗାଣ, ପାନୀୟ ଜଳ ଏବଂ ଦୈନିକ ଖବରକାଗଜ ବଣ୍ଟନ ଇତ୍ୟାଦି ଛାଡ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.