ନୋବୋଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ କରାଗଲା ନୋମିନେଟ୍

Published By : Prameya-News7 Bureau | September 25, 2018 IST

ଚେନ୍ନାଇ ୨୫|୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ଲାଗି ନୋମିନେଟ୍ କରାଯାଇଛି । ତାମିଲନାଡୁ ବିଜେପି ଅଧ୍ୟକ୍ଷା ତମିଲିସାଇ ସୌନ୍ଦରାଜନ୍ ଏହି ନୋମିନେସନ କରିଛନ୍ତି । ତାଙ୍କ ସ୍ବାମୀ ପ୍ରଫେସର ପି. ସୋନ୍ଦରାଜନ୍ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନୋମିନେଟ୍ କରିଛନ୍ତି । ପି. ସୌନ୍ଦରାଜନ୍ ତାମିଲନାଡୁର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ନେଫ୍ରୋଲୋଜି ପ୍ରଫେସର ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଭଳି ବିଶ୍ବର ସର୍ବବୃହତ୍ତ ସ୍ବାସ୍ଥ୍ୟ ଯୋଜନା ଆରମ୍ଭ କରିଥିବାରୁ ତାଙ୍କୁ ନୋବୋଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍ ବୋଲି ଶ୍ରୀମତୀ ସୌନ୍ଦରାଜନ୍ କହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ସମଗ୍ର ଦେଶର ଗରୀବଙ୍କ ପାଇଁ ଏକ ବରଦାନ । ଗରୀବଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କ୍ଷେତ୍ରରେ ଏହି ଯୋଜନା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ । ତେଣୁ ଦେଶର ସମସ୍ତ ସାଂସଦ ଓ ଅଧ୍ୟାପକ ୨୦୧୯ ନୋବେଲ ଶାନ୍ତି ପୁରସ୍କାର ପାଇଁ ନରେନ୍ଦ୍ର ମୋଦିଙ୍କ ନାଁ ନୋମିନେଟ୍ କରିବା ଲାଗି ସୌନ୍ଦରାଜନ୍ ଆହ୍ବାନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ସେପ୍ଟମ୍ବର ମାସରୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୟନ ପ୍ରକ୍ରିୟା ସମଗ୍ର ପୃଥିବୀରେ ଆରମ୍ଭ ହୋଇଥାଏ । ଯେ କୌଣସି ବ୍ୟକ୍ତିଙ୍କୁ ଯେ କେହି ମନୋନୀତ କରିପାରିବେ । ଏହି ପ୍ରକ୍ରିୟା ଆସନ୍ତା ଜାନୁଆରୀ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.