ଘରୋଇ ସହାୟିକାଙ୍କୁ ଜିଅନ୍ତା ପୋଡି ମାରିଦେଇଥିବା ଅଭିଯୋଗ: ନ୍ୟାୟ ଦାବିରେ ସ୍ଥାନୀୟ ଲୋକଙ୍କ ହଙ୍ଗାମା

Published By : Prameya-News7 Bureau | October 01, 2021 IST

ନୂଆଦିଲ୍ଲୀ ୦୧/୧୦ : ରାଜଧାନୀର ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଦକ୍ଷିଣ ଦିଲ୍ଳୀର ଲାଜପତ ନଗରରେ ଥିବା ସେଣ୍ଟ୍ରାଲ ମାର୍କେଟ୍ ରେ ଜଣେ ଘରୋଇ ତାମିଲ ଘରୋଇ ସହାୟିକାଙ୍କୁ ପୋଡ଼ି ମାରିଦିଆ ଯାଇଥିବା ଘଟଣା ସାମ୍ନାକୁ ଆସିଛି। ମାମଲାଟି ଲାଜପତ ନଗର ସେଣ୍ଟ୍ରାଲ ଜେଲ ବିକାନେରୱାଲ ନିକଟରେ ଘଟିଛି। ମହିଳାଙ୍କ ମାଲିକ ତାଙ୍କୁ ଜିଅନ୍ତା ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ସେଠାରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ବାସିନ୍ଧା ସେଠାରେ ଆସି ପାଟିତୁଣ୍ଡ କରିବା ସହ ମହିଳାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ମାଲିକଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଏହି ଘଟଣାରେ କୌଣସି padakhepa କରିନାହିଁ। ସୂଚନା ମୁତାବକ ଯୁବତୀ ଜଣଙ୍କ ନାମ ଲକ୍ଷ୍ମୀ(ଛଦ୍ମନାମ) ହୋଇଥିବା ବେଳେ ସେ ମୂଳତ ତାମିଲନାଡ଼ୁର ଉଲୁଣ୍ଡ୍ରୁପେଟ(Ulundrupet)ର ବାସିନ୍ଧା ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.