ଆଉ ଜଣେ ଅଭିନେତ୍ରୀ ପ୍ରେମିକ ପାଇଁ କରିଲେ ଆତ୍ମହତ୍ୟା
17/02/2019 at 4:29 PM

Image Courtesy : Tamanna Hot Photos in Racha
ମୁମ୍ୱାଇ୧୭|୨: ସାଉଥ ଇଣ୍ଡଷ୍ଟ୍ରୀର ଜଣେ ଅଭିନେତ୍ରୀ ଶିଲା ଜେବରାନି ଆତ୍ମହତ୍ୟା କରିଛନ୍ତି। ଶିଲା, ୟାଶିକା ଆନନ୍ଦ ନାଁରେ ମଧ୍ୟ ପରିଚିତ। ତାମିଲ ସିନେମାରେ କାମ କରୁଥିବା ଏହି ଅଭିନେତ୍ରୀ କିଛି ଦିନ ହେବ ସାଉଥ ସିନେମା ଜଗତରେ ପାଦ ଦେଇଥିଲେ। ୨୦୧୬ ମସିହାରେ ସେ ଧୁରୁବଙ୍ଗଲ ପାଥିନାରୁ ଫିଲ୍ମରେ ଡେବ୍ୟୁ କରିଥିଲେ। ମଡେଲ ଭାବେ ସେ ଗ୍ଲାମର ଦୁନିୟାରେ ଏଣ୍ଟ୍ରି କରିଥିଲେ।

ୟାଶିକା ଚେନ୍ନାଇର ବାସିନ୍ଦା। ସେ ତାଙ୍କ ଘରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ମରିବା ପୂର୍ବରୁ ସୁଇସାଇଡ ନୋଟ ମଧ୍ୟ ଲେଖି ଯାଇଛନ୍ତି। ସୁଇସାଇଡ ନୋଟରେ ସେ ତାଙ୍କ ବୟଫ୍ରେଣ୍ଡଙ୍କୁ ଦୋଷ ଦେଇଛନ୍ତି।
ସେ ଲେଖିଛନ୍ତି ଯେ ତାଙ୍କ ପ୍ରେମିକ ତାଙ୍କୁ ବହୁତ ହଇରାଣ କରୁଥିଲେ। ବାରମ୍ୱାର ମାନସିକ ଅତ୍ୟାଚାରର ଶିକାର ହେଉଥିଲେ ୟାଶିକା। ସୂଚନାଯୋଗ୍ୟ ଯେ ଉଭୟଙ୍କର ଝଗଡା ହେଲା ପରେ ତାଙ୍କ ବଏଫ୍ରେଣ୍ଡ ଘର ଛାଡି ପଳାଇଥିଲେ ଓ କେବେ ଫେରିନଥିଲେ। ପ୍ରେମିକ ଘର ଛାଡି ଗଲା ପରେ ୟାଶିକା ଖୁବ ଚିନ୍ତିତ ଥିଲେ। ତେବେ ଏହି କାରଣରୁ ୟାଶିକା ଆତ୍ମହତ୍ୟା କରିବାକୁ ଚାହିଁଥିଲେ।
