ତାମିଲ ନିର୍ଦ୍ଦେଶକ ଅରୁଣରାଜା କାମରାଜଙ୍କ ପତ୍ନୀଙ୍କ କରୋନାରେ ଦେହାନ୍ତ, ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି

Published By : Prameya-News7 Bureau | May 17, 2021 IST

ନୂଆଦିଲ୍ଲୀ ୧୭/୦୫: କରୋନା ମହାମାରୀର ଦ୍ୱିତୀୟ ଲହରରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ବର୍ତ୍ତମାନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଯେ ତାମିଲ ନିର୍ଦ୍ଦେଶକ ଅରୁଣରାଜା କାମରାଜଙ୍କ ପତ୍ନୀ ସିନ୍ଧୁଜା କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ନିକଟରେ ଦମ୍ପତିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା, ଯାହା ପରେ ଉଭୟଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅରୁଣରାଜାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିଲା କିନ୍ତୁ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଥିଲା। ନିର୍ଦ୍ଦେଶକଙ୍କ ପତ୍ନୀ ସିନ୍ଧୁଜାଙ୍କର ରବିବାର ଦେହାନ୍ତ ହୋଇଛି। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ସେଲିବ୍ରେଟିମାନେ ସୋସିଆଲ ମିଡିଆରେ ଅରୁଣରାଜାଙ୍କ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ନିର୍ଦ୍ଦେଶକଙ୍କୁ ଦୃଢ ରହିବାକୁ ପରାମର୍ଶ ଦେଉଛନ୍ତି। ଗାୟକ ତାମିଜା ଲେଖିଛନ୍ତି, 'ଥରେ ମୁଁ ବିମାନବନ୍ଦରରେ ସିନ୍ଧୁଜାଙ୍କୁ ଭେଟିଥିଲି। ସେ ବହୁତ ସୁନ୍ଦର ବ୍ୟକ୍ତି ଥିଲେ ଏବଂ ତାଙ୍କ ସ୍ୱାମୀ ପାଇଁ ବହୁତ ଗର୍ବିତ ଥିଲେ । ଏହି ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଦୃଢ ରୁହ, ଅରୁଣରାଜା ଭାଇ ।

ଅରୁଣରାଜା କାମାରାଜ ପ୍ରଥମେ ଗୀତିକାର ଥିଲେ ଏବଂ ସେ ଅନେକ ଗୀତ ଲେଖିଛନ୍ତି, ଯେଉଁଥିରେ 'ନେରୁପୁଦା' ଏବଂ 'ଭର୍ଲା ୱା ବୈରାଭା' ବହୁତ ପ୍ରସିଦ୍ଧ ହୋଇଥିଲେ। ଏହା ପରେ ସେ ଫିଲ୍ମ ନିର୍ଦ୍ଦେଶନା ଉପରେ ଧ୍ୟାନ ଦେଇଥିଲେ ଏବଂ ମହିଳା କ୍ରିକେଟ୍ ଉପରେ ଆଧାରିତ ତାଙ୍କର ପ୍ରଥମ ଫିଲ୍ମ ‘କାନା’ ର ନିର୍ଦ୍ଦେଶନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.